ଭାରତୀୟ ସିନିୟର କ୍ରିକେଟ ଟିମର ଚୟନକର୍ତ୍ତା ହେଲେ ସଲିଲ ଅଙ୍କୋଲା

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ବୋଲର ଯିଏ ନିଜର ଡେବ୍ୟୁ ମ୍ୟାଚ୍ ହ୍ୟାଟ୍ରିକରୁ ଆରମ୍ଭ କରିଥିଲେ ଏବଂ ଏକ ବର୍ଷ ମଧ୍ୟରେ ଖେଳରେ ଚମତ୍କାର ପ୍ରଦର୍ଶନ କରି ଟିମ ଇଣ୍ଡିରେ ନିଜର ସ୍ଥାନ ପକ୍କା କରିଥିଲେ । ଏହି ଖେଳାଳିଙ୍କ ନାମ ହେଉଛି ସଲିଲ ଅଙ୍କୋଲା । ତାଙ୍କର ଜୀବନ ବହୁ ସଂର୍ଘଷପୂର୍ଣ୍ଣ ରହିଥିଲା । ସୂଚନା ମୁତାବକ, ୧୯୯୦ ମସିହାରେ ଅନିଲ କୁମ୍ୱଲ, ଜୱାଗଲ ଶ୍ରୀନାଥ, ଅଜିତ ଅଗର ଏବଂ ସଚିନ୍ ତେନ୍ଦୁଲକରଙ୍କ ଭଳି ଖେଳାଳି ମଧ୍ୟ ଡେବ୍ୟୁ କରିଥାନ୍ତି । ଏହି ସମସ୍ତ ନାମ ଗୁଡିକ ଭାରତୀୟ କ୍ରିକେଟ ଦଳରେ ନିଜର ନାମ ଅର୍ଜନ କରିଥିବା ବେଳେ ଅଙ୍କୋଲାଙ୍କ ଭଳି ଖେଳାଳିଙ୍କ ନାମ କୁଆଡେ ହଜି ଯାଇଛି ।

ବର୍ତ୍ତମାନ ସଲିଲ ଅଙ୍କୋଲା ଭାରତୀୟ ସିନିୟର କ୍ରିକେଟ ଟିମର ଚୟନକର୍ତ୍ତା ହୋଇଛନ୍ତି । ବିସିସିଆଇର ପକ୍ଷରୁ ଏହି ଚୟନ କମିଟି ଘୋଷଣା ହୋଇଛି । ଏଥିରେ ଅଙ୍କୋଲାଙ୍କୁ ପଶ୍ଚିମ ଜୋନ ପକ୍ଷରୁ ନିଶ୍ଚିତ କରାଯାଇଛି। ଏହାପୂର୍ବରୁ ସେ ମୁମ୍ବାଇ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ମଧ୍ୟ ରହିସାରିଛନ୍ତି । ସେ ୨୮ ବର୍ଷ ବୟସରେ କ୍ରିକେଟରୁ  ସନ୍ୟାସ ନେଇଥିଲେ ।

ସଚିନଙ୍କ ସହ ତାଙ୍କ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିବା ଅଙ୍କୋଲା ଟିମ୍ ଇଣ୍ଡିଆ ପାଇଁ କେବଳ ଗୋଟିଏ ଥର ଟେଷ୍ଟ ଏବଂ ୨୦ ୱାନଡେ ମ୍ୟାଚ ଖେଳିଥିଲେ । ଏହା ପରେ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା ।  ପରେ ସେ ଧିରେ ଧିରେ କ୍ରିକେଟ ଦୁନିଆରୁ କୁଆଡେ ହଜିଯାଇଥିଲେ । ତେବେ କ୍ରିକେଟ ବ୍ୟତୀତ ଅଙ୍କୋଲା ଟିଭି ସିରିଏଲ ଏବଂ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ୨୫ରୁ ଅଧିକ ଟିଭି ସିରିଏଲରେ କାମ କରିଛନ୍ତି । ଯେଉଁଥିରେ ସିଆଇଡି, ସାବଧାନ ଇଣ୍ଡିଆ, କୋରା କାଗଜ ଏବଂ ସଞ୍ଜୟ ଦତ୍ତଙ୍କ ସହିତ କୃରୁକ୍ଷେତ୍ର ଫିଲ୍ମରେ ମଧ୍ୟ କାମ କରିଥିଲେ । ଅଙ୍କାଲା ଏକ ସମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ, ଯେତେବେଳେ ତାଙ୍କୁ ଟିମ ଇଣ୍ଡିଆରୁ ବାହାର କରାଯାଇଥିଲା ସେତେବେଳେ ସେ ନିଜ ଭାଗ୍ୟକୁ ଦୋଷ ଦେଉଥିଲେ । ଏହି ସମୟ ମଧ୍ୟରେ ତାଙ୍କୁ କିଛି ଫିଲ୍ମ ଏବଂ ଟିଭି ସିରିଏଲରୁ ଅଫର ମିଳିଥିଲା । ତାଙ୍କର ଶାରୀରିକ ଏବଂ ସୁନ୍ଦର ଚେହାର ଯୋଗୁଁ ତାଙ୍କୁ ଅଫର ମିଳିଥିବା କଥା ଅଙ୍କୋଲା କହିଥିଲେ ।