ନକଲି ଅଫିସର ବେଶରେ ଲୁଟିନେଲେ ୫ ଲକ୍ଷ ଟଙ୍କାର ଡ୍ରାଇ ଫ୍ରୁଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ଡ୍ରାଇଫ୍ରୁଟରେ ପରିପୂର୍ଣ୍ଣ ଏକ ଟ୍ରକ ନିକଟରେ କିଛି ଦୁର୍ବୁତ୍ତ ନକଲି ସେଲ୍ସ ଅଫିସରେ ଭାବରେ ପହଞ୍ଚି ୫ ଲକ୍ଷ ଟଙ୍କାର ଡ୍ରାଇ ଫ୍ରୁଟ ଲୁଟ୍ କରିଛନ୍ତି । ଉକ୍ତ ଘଟଣା ବିଷୟରେ ଜଣାପଡ଼ିବା ପରେ ପୋଲିସ ଏହାକୁ ନେଇ ତଦନ୍ତ ଜାରି ରଖିଛି ।
ଘଟଣା ନୂଆଦିଲ୍ଲୀର ତିଲକ ମାର୍ଗ ଅଞ୍ଚଳର । ଗତ ୧୯ ଅକ୍ଟୋବରକୁ ଡ୍ରାଇ ଫ୍ରୁଟରେ ପରିପୂର୍ଣ୍ଣ ଏକ ଟ୍ରକକୁ ୩ ଜଣ ଦୁର୍ବୁତ୍ତ ଅଟାକାଇଦେଲେ । ନିଜକୁ ସେଲ୍ସ ଅଫିସର କହି ଡ୍ରାଇଭରକୁ ବନ୍ଧକ ରଖିଲେ ଏବଂ ୫ ଲକ୍ଷ ଟଙ୍କାର ଡ୍ରାଇ ଫ୍ରୁଟ ଲୁଟ୍ କରିନେଲେ । ତେବେ ନେଇ ଯାଇଥିବା ଟ୍ରକକୁ ଦିଲ୍ଲୀର ଗାଜିପୁର ଫ୍ଲାଇ ଓଭରରେ ଛାଡ଼ି ଫେରାର ହୋଇଗଲେ । ୨୦ ଅକ୍ଟୋବରକୁ ଉକ୍ତ ଘଟଣା ବାବଦରେ ଅଭିଯୋଗ ଦାଖଲ କରାଗଲା ।
ଫେରାର ଅଭିଯୁକ୍ତକୁ କାବୁ କରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ୍। ତେବେ ସେମାନଙ୍କୁ ଧରିବା ପାଇଁ ପୋଲିସର କେତେକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।