ଅପ୍ରାକୃତ ଯୌନ ସମ୍ପର୍କ ଓ ଅପରାଧ ଲୁଚାଇବାକୁ ହତ୍ୟା

କଟକ: କଟକ ଜଗତପୁର ଥାନା ପୂର୍ବକଚ୍ଛ ନାବାଳକକୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଜଗତପୁର ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିଛି ପୋଲିସ । ତା’ଠାରୁ ଧାରୁଆ ଅସ୍ତ୍ର, ରକ୍ତ ଭିଜା ଗାମୁଛା ଓ କାଠ ଫାଳିଆ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ନାବାଳକ ଜ୍ୟୋତିପ୍ରକାଶ ବେହେରାଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ । ମର୍ଡର କରିଥିବା ସ୍ଥାନରେ ଅଭିଯୁକ୍ତକୁ ଆଣି ଲାଇଭ ଡେମୋ କରିଥିଲା ପୋଲିସ ।

ମର୍ଡର କରିବା ପରେ ପୋଖରୀ କୂଳରେ ମୃତଦେହକୁ ଫିଙ୍ଗି ଦେଇତିଲା ଅଭିଯୁକ୍ତ। ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଯୋଗେନ୍ଦ୍ର ଉପରେ ବିଭିନ୍ନ ମାମାଲା ରୁଜୁ ହୋଇଛି  । ଶାରିରୀକ ଶୋଷଣ ଲୁଚାଇବାକୁ ଯାଇ ହତ୍ୟାକାଣ୍ଡ ଘଟିଥିବା ଜ୍ୟୋତିପ୍ରକାଶର ବାପା କହିଛନ୍ତି । ଗତ ୧୭ ତାରିଖରେ ନାବାଳକ ଜ୍ୟୋତିପ୍ରକାଶ ଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ସାଇଣ୍ଟିଫିକ୍ ତଦନ୍ତ ଓ ଅଭିଯୁକ୍ତର ବୟାନ ଆଧାରରେ ସ୍ପଷ୍ଟ ହେଉଛି ଯୋଗେନ୍ଦ୍ର ଏହି ହତ୍ୟାକାଣ୍ଡ ଘଟାଇଥିଲା । ଆଜି ସିନ୍ ରିକ୍ରିଏସନ୍ କରାଯାଇ ଅଭିଯୁକ୍ତକୁ କୋର୍ଟ ଫରଓ୍ବାର୍ଡ କରାଯାଇଛି ।

ଜଗତପୁର ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଅପ୍ରାକୃତ ଯୌନ ସମ୍ପର୍କ ଓ ଅପରାଧ ଲୁଚାଇବାକୁ ହତ୍ୟା । ହତ୍ୟାକାରୀ ଗିରଫ, ଅସ୍ତ୍ର, ରକ୍ତଭିଜା ଗାମୁଛା ଜବତ । କଟକ ପୂର୍ବକଛ ନାବାଳକ ହତ୍ୟାକାଣ୍ଡ ଘଟଣାର 9 ଦିନ ପରେ ଜଗତପୁର ପୋଲିସକୁ ମିଳିଛି ସଫଳତା । ହତ୍ୟାକାରୀ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିବା ସହ ତା ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ବିଟ, ରକ୍ତ ଭିଜା ଗାମୁଛା ଓ ଧାରୁଆ ଦା କୁ ଜବତ କରିଛି ପୋଲିସ । ଯୋଗେନ୍ଦ୍ର ନିଶାସକ୍ତ ଅବସ୍ଥାରେ ନିଜର ଯୌନ ଲାଳସା ପୂରଣ କରିବାକୁ ପୂର୍ବକଛରେ ଥିବା ପରିତେକ୍ତ ଘରେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା । ପୀଡିତ ଏହି କଥା ତାର ବାପାଙ୍କ କହିଦେବା ଭୟରେ ଏପରି ନିର୍ମମ ହତ୍ୟାକାଣ୍ଡ ଘଟାଇଥିବା ଡିସିପି ସୂଚନା ଦେଇଛନ୍ତି ।