କେଉଁ ଖେଳାଳିଙ୍କୁ କେତେ ମିଳେ ଦରମା? ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆକାଶ ପାତାଳ ଫରକ

1 min read

ନୂଆଦିଲ୍ଲୀ: ଗୁରୁବାରଠାରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଯାଉଛି ଟି-୨୦ ସିରିଜ । ଆଜି ହେଉଛି ପ୍ରଥମ ମ୍ୟାଚ । ବିଜୟ ପାଇଁ ଉଭୟ ଟିମ ମଧ୍ୟରେ ହେବ କଡା ଟକ୍କର । ତେବେ ନିଜ ଦେଶ ପାଇଁ ଖେଳୁଥିବା ଖେଳାଳିଙ୍କ ମିଳେ କେତେ ଦରମା? ,ଭଳି ପ୍ରଶ୍ନ ସାଧାରଣତଃ ପ୍ରତ୍ୟେକ ପ୍ରଶଂସକଙ୍କ ମନରେ ଉଠିଥାଏ । କାହିଁକି ନାଁ ଖେଳାଳିଙ୍କ ଲାଇଫ ଷ୍ଟାଇଲରୁ ଏଭଳି ମନେ ହୁଏ କି, ସେମାନେ ବହୁତ ରୋଜଗାର କରନ୍ତି । ତେବେ ଯଦି ଆମେ ଭାରତ ଏବଂ ଆଫଗାନିସ୍ତାନର ଖେଳାଳିଙ୍କ ଦରମା ଉପରେ ନଜର ପକାଇବା ତାହେଲେ ଆକାଶ ପାତାଳ ତଥାତ ରହିଛି । ଭାରତୀୟ ଖେଳାଳିମାନେ ଯେତିକି ଦରମା ପାଆନ୍ତି ଆଫଗାନିସ୍ତାନ ଖେଳାଳିମାନେ ଏହାଠାରୁ ବହୁତ କମ ଦରମା ପାଆନ୍ତି।

ଆଫଗାନିସ୍ତାନର ଖେଳାଳିମାନେ ମାସିକ ଦରମା ପାଇଥାନ୍ତି । ଦଳର ସିନିୟର ଖେଳାଳିମାନେ ମାସିକ ୫୮ ହଜାର ଟଙ୍କା ଲେଖାଏଁ ମିଳିଥାଏ । ବାର୍ଷିକ ଦରମାର ହେଉଛି ୬ ଲକ୍ଷ ଟଙ୍କା । ଏହାସହ ଜୁନିୟର ଖେଳାଳିମାନେ ମାସିକ ୩୨ରୁ ୪୮ ହଜାର ଦରମା ପାଇଥାନ୍ତି । ବାର୍ଷିକ ୪ରୁ ୫ ଲକ୍ଷ ସେମାନଙ୍କ ଦରମା ହୋଇଥାଏ । କିନ୍ତୁ ଭାରତୀୟ ଖେଳାଳିମାନେ ଏହାଠାରୁ ବହୁ ଅଧିକ ଦରମା ପାଇଥାନ୍ତି । ଭାରତୀୟ ଖେଳାଳିଙ୍କ ଦରମା ୪ ଭାଗରେ ବିଭକ୍ତ କରାଯାଇଛି । ଗ୍ରେଡ ହିସାବରେ ଭାରତୀୟ ଖେଳାଳିମାନେ ଦରମା ପାଇଥାନ୍ତି । A+, A,B,C ଟି ବର୍ଗରେ ରହିଥିବାବେଳେ A+ ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ଦରମା ପାଆନ୍ତି । ଗ୍ରେଡ୍- ଏ ଖେଳାଳିମାନେ ୫ କୋଟି, ବି-୩ କୋଟି ଏବଂ ଗ୍ରେଡ ସି ଖେଳାଳିଙ୍କୁ ବାର୍ଷିକ ଏକ କୋଟି ଲେଖାଏଁ ଦରମା ମିଳିଥାଏ ।