ଅବହେଳା ଯୋଗୁଁ ବନ୍ଦ ହେଲା ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମା

1 min read
Salary Of Headmasters And All Staff Of 5 High Schools Of Keonjhar Held Up

କେନ୍ଦୁଝର: ଦୀର୍ଘ ୯ ମାସ ପରେ ଶୁକ୍ରବାର ଖୋଲିଥିଲା ସ୍କୁଲ୍ । ବିଦ୍ୟାଳୟ ଖୋଲିବା ପୂର୍ବରୁ ପରିସରକୁ ସଫାସୁତୁରା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଓପି ଜାରି କରିଥିଲା ବିଭାଗ । ତେବେ, ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରୁ କାର୍ଯ୍ୟରେ ଅବହେଳା ଲାଗ ହୋଇଛି କାର୍ଯ୍ୟାନୁଷ୍ଠାନ । କେନ୍ଦୁଝର ଜିଲ୍ଲାର ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ବନ୍ଦ କରିଛନ୍ତି ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ।

୧) ଠିକ୍ ଭାବେ ବିଦ୍ୟାଳୟ ପରିସରକୁ ସଫା ନ କରିବା

୨) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସଓପିକୁ ଠିକ୍ ଭାବେ ଲାଗୁ ନ କରିବା

୩) ଶ୍ରେଣୀ ପରିଚାଳନା ପାଇଁ ଉପଯୁକ୍ତ ଯୋଜନା ନ କରିବା

ଏସବୁ କାରଣ ଦର୍ଶାଇ ଜିଲ୍ଲା ଶିକ୍ଷାଧିକାରୀ ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଜାନୁଆରୀ ମାସର ଦରମା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ସ୍ଥଗିତ ରଖିଛନ୍ତି । ଏହି ସବୁ ସ୍କୁଲ୍ ହେଉଛି-

୧) ଏସ୍ଏମ୍ଆର୍, ହାଇସ୍କୁଲ, ଝାରବେଲଡା

୨) ସରକାରୀ ହାଇସ୍କୁଲ, ଖିରେଇଟାଙ୍ଗିରୀ

୩) ବିଶୋଇପାଟ ସରକାରୀ ହାଇସ୍କୁଲ, ଯାମୁନପୋଷି

୪) ପିଏମବି ହାଇସ୍କୁଲ, ବୋଲାଣିପୋଷି

୫) ଝାଳମଣି ହାଇସ୍କୁଲ, ଦେନୁଆଣ

Leave a Reply