BSF, CRPF ଓ CISFରେ ଚାକିରି କଲେ କେତେ ଦରମା ଦରମା ମିଳିବ ଜାଣିଛନ୍ତି କି ?
1 min readନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ଇଚ୍ଛା ଥାଏ ସେନାରେ ଯୋଗ ଦେଇ ଦେଶରେ ସେବା କରିବା ପାଇଁ । ସେନାରେ ସୁଯୋଗ ନମିଳିଲେ BSF, CRPF ଓ CISF ପରି ସୁରକ୍ଷା ବାହିନୀରେ କାର୍ଯ୍ୟ କରିବାର ସୁଯୋଗ ମିଳିବ । କିନ୍ତୁ ସମସ୍ତଙ୍କୁ ଏହି ସୁଯୋଗ ମିଳେ ନାହିଁ । ଆପଣ ବି ସେନାରେ ଯୋଗ ଦେଇ ଦେଶର ସେବା କରିବାକୁ ଚାହୁଁଛନ୍ତି କି ? ତେବେ ଏହା ବିଷୟରେ ଆପଣ ଜାଣିବା ନିହାତି ଜରୁରୀ । ଆସନ୍ତୁ ସେନାରେ ଯୋଗ ଦେବାକୁ ହେଲେ ଆପଣଙ୍କୁ କ’ଣ କରିବାକୁ ପଡ଼ିବ, କେତେ ଦରମା ପାଇବେ ସେ ସମ୍ପର୍କରେ ।
BSFରେ ଦରମା
ବିଏସ୍ଏଫ୍ କନଷ୍ଟେବଲ୍ ଜିଡି ଦରମା ମାସକୁ ୨୧ ହଜାର୭୦୦ରୁ ୬୯ ହଜାର ୧୦୦ ଟଙ୍କା ମଧ୍ୟରେ ରହିଥାଏ । ତେବେ ଦରମା ଗ୍ରେଡ୍ ଉପରେ ନିର୍ଭର କରେ । ଆପଣଙ୍କ ଗ୍ରେଡ୍ ଅନୁସାରେ ଦରମା ମିଳିବ । ଦରମା ସହିତ ଡିଏ, ଏଚଆରଏ ଭତ୍ତା (HRA), ପରିବହନ ଭତ୍ତା ସହିତ ଅନେକ ସୁବିଧା ଉପଲବ୍ଧ ରହିଥାଏ । ସବ୍-ଇନ୍ସପେକ୍ଟର ପଦ ପାଇଁ ଦରମା ୩୫ ହଜାର ୪୦୦ରୁ ୧ ଲକ୍ଷ ୧୨ ହଜାର ୪୦୦ ଟଙ୍କା ମଧ୍ୟରେ ହୋଇଥାଏ ।
CRPFରେ ଦରମା
CRPFରେ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କୁ ବେତନ ସ୍ତର-୧୦ ଅଧୀନରେ ୭୮ ହଜାର ୮୦୦ରୁ ୨ ଲକ୍ଷ ୯ ହଜାର ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବରିଷ୍ଠତା ଅନୁଯାୟୀ ଏଠାରେ ଦରମା ବୃଦ୍ଧି ହୁଏ । ଏହା ବ୍ୟତୀତ ସେମାନେ DA, HRA, ପରିବହନ ଭତ୍ତା, ରାସନ ଓ ଚିକିତ୍ସା ସୁବିଧା ମଧ୍ୟ ପାଇଥାନ୍ତି । ସବ୍-ଇନ୍ସପେକ୍ଟରଙ୍କୁ ବେତନ ସ୍ତର 6 ଅଧୀନରେ ୩୫ ହଜାର୪୦୦ ରୁ ୧ ଲକ୍ଷ ୧୨ ହଜାର ୪୦୦ ଟଙ୍କା ଦରମା ପ୍ରଦାନ କରାଯାଇଥାଏ । CRPF ହେଡ କନଷ୍ଟେବଲଙ୍କ ପଦବୀ ବେତନ ସ୍ତର-୦୩ ରେ ରଖାଯାଇଛି । ଯେଉଁଥିରେ ଦରମା ମାସିକ ୨୧ ହଜାର ୭୦୦ ରୁ ୬୯ ହଜାର ୧୦୦ ଟଙ୍କା ମଧ୍ୟରେ ରହିଛି ।
CISFରେ ଦରମା
CISFରେ କନଷ୍ଟେବଳଙ୍କ ପେ’ ସ୍କେଲ ମାସକୁ ୨୧ ହଜାର ୭୦୦ରୁ ୬୯ ହଜାର ୧୦୦ ଟଙ୍କା ରହିଥାଏ । ଏହା ପେ’ ମ୍ୟାଟ୍ରିକ୍ସର ସ୍ତର ୩ରେ ଆସିଥାଏ । ଏଠାରେ ହେଡ କନଷ୍ଟେବଲଙ୍କ ପେ’ ସ୍କେଲ ମାସକୁ ୨୫ ହଜାର ୫୦୦ ରୁ ୮୧ ହଜାର ୧୦୦ ଟଙ୍କା, ସବ ଇନ୍ସପେକ୍ଟରଙ୍କ ବେସିକ୍ ସାଲେରି ୩୫ ହଜାର ୪୦୦, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବେସିକ୍ ଦରମା ୫୬ ହଜାର ୧୦୦ ଟଙ୍କା । ଦରମା ବ୍ୟତୀତ, ସମସ୍ତଙ୍କୁ DA, HRA, ପରିବହନ ଭତ୍ତା ଇତ୍ୟାଦି ମିଳିଥାଏ ।
BSF, CISF ଏବଂ CRPFରେ ଯୋଗ ଦେବାକୁ ଯୋଗ୍ୟତା କ’ଣ ?
BSF, CISF ଓ CRPFରେ ନିଯୁକ୍ତି ପାଇବାକୁ ପ୍ରାର୍ଥୀମାନେ ଶାରୀରିକ ଏବଂ ଶିକ୍ଷାଗତ ଯୋଗ୍ୟତା ପୂରଣ କରିବା ଆବଶ୍ୟକ । ଜଣେ କନଷ୍ଟେବଳ ହେବାକୁ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ବୟସ ୧୮ ବର୍ଷରୁ ଅଧିକ ଓ ୨୩ ବର୍ଷରୁ କମ ହୋଇଥିବ । ସେତିକି ନୁହେଁ, ଶାରୀରିକ ପରୀକ୍ଷାରେ ୫ କିମି ଦୂରତାକୁ ୨୪ ମିନିଟରେ ପାର କରିବାକୁ ପଡିବ । ଏହା ବ୍ୟତୀତ ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ଦେଇ ଏଥିରେ ସଫଳ ହେଲେ ସେନାର ଏହି ସବୁ ଉଇଙ୍ଗରେ ସାମିଲ ହୋଇପାରିବେ ।