ସାକ୍ଷୀ ହତ୍ୟାକାରୀ ଗିରଫ: ୪୦ ଥର ଛୁରୀ ମାରିବା ପରେ ପଥରରେ ଛେଚିଥିଲା ରାକ୍ଷସ ପ୍ରେମିକ

ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିବତ୍ସ ହତ୍ୟା । ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ । ହତ୍ୟା କରିବା ପରେ ହେଲାନି ମନ ଶାନ୍ତି । ପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା । ଘଟଣାରେ ଅଭିଯୁକ୍ତ ସାହିଲ ଗିରଫ । ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ରିଲେସନସିପରେ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ସାହିଲ ସାକ୍ଷୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା ସାହିଲ ଆକ୍ରମଣ କରିବା ବେଳେ ସେଠାରେ ଉପସ୍ଥିତ ଥିବା କୌଣସି ଲୋକ ସାକ୍ଷୀକୁ ଉଦ୍ଧାର କରିବାକୁ ନଯାଇ ନୀରବଦ୍ରଷ୍ଟା ସାଜିଥିଲେ । ସାକ୍ଷୀଙ୍କୁ ହତ୍ୟା କରିବା ପରେ ସାହିଲ ସେଠାରୁ ଆରାମରେ ଚାଲି ଯାଇଥିଲେ ବି କେହି ତାକୁ ଅଟକାଇବାକୁ ବି ସାହସ କରିନଥିଲେ ।

ମୁଣ୍ଡକୁ ଛୁରୀ ମାରିବା ପରେ ପଥରରେ ଛେଚି ଦେଲା

ପୋଲିସ ଅନୁସାରେ, କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ପରେ ସାହିଲ ରାଗ ପଞ୍ଚମ ହୋଇ ଯାଇଥିଲା । ସାକ୍ଷୀକୁ ହତ୍ୟା କରିବାକୁ ସେ ସୁଯୋଗ ଖୋଜୁଥିଲା । ଏଥିପାଇଁ ସବୁବେଳେ ପାଖରେ ଏକ ଛୁରୀ ରଖୁଥିଲା । ଘଟଣା ଦିନ ସାକ୍ଷୀଙ୍କୁ ରାସ୍ତାରେ ଦେଖି ହଠାତ ଆକ୍ରମଣ କରି ଦେଇଥିଲା । ସାକ୍ଷୀଙ୍କୁ ଧରି ତାଙ୍କ ମୁଣ୍ଡକୁ ଛୁରୀରେ ଆଘାତ ପରେ ଆଘାତ ଦେଇ ଚାଲିଥିଲା । ଏତିକିରେ ସାହିଲର ମନ ଶାନ୍ତ ହୋଇ ନଥିଲା । ପଖରେ ନାଳରେ ଢଙ୍କା ଯାଇଥିବା ଏକ ଭାରି ପଥର ଉଠାଇ ସାକ୍ଷୀଙ୍କୁ ଛେଚି ଦେଇଥିଲା ।