ଧୋନି ନୁହେଁ ପ୍ରଥମେ ସୁରେଶଙ୍କୁ ଝିଅ ଜନ୍ମ ଖବର ଦେଇଥିଲେ ସାକ୍ଷୀ

ମୁମ୍ବାଇ:  ନିକଟରେ ୩୨ ତମ ଜନ୍ମଦିନ ପାଳନ କରିଛନ୍ତି ପୂର୍ବ ଭାରତୀୟ କ୍ୟାପଟେନ ଏବଂ ଓ୍ୱିକେଟ କିପର ବଲ୍ଲବାଜ ଏମଏସ ଧୋନିଙ୍କ ପତ୍ନି ସାକ୍ଷୀ । ଦୁବାଇରେ ସ୍ୱାମୀ ଧୋନି ଏବଂ ଝିଅ ଜିଓ୍ୱା ସହିତ ପାଳନ ହୋଇଛି ସାକ୍ଷୀଙ୍କ ଜନ୍ମଦିନ । ଏହି ସମୟର ଏକ ଭିଡ଼ିଓ ସୋସିଅଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜିଭା ଖୁବ ମସ୍ତି କରୁଥିବାର ନଜର ଆସିଛି । କେବଳ ସେତିକି ନୁହେଁ ଖୁବ କମ୍‌ସମୟ ମଧ୍ୟରେ ଭିଡ଼ିଓ ଖୁବ ଭାଇରାଲ ହୋଇଛି ।

୬ ଫେବୃୟାରୀ ୨୦୧୫ରେ ଜନ୍ମ ହୋଇଥିଲେ ଜିଭା । ଜିଭାଙ୍କ ଜନ୍ମ ସମୟରେ ଅଷ୍ଟ୍ରେଲିୟାରେ ଥିଲେ ଧୋନି । ୩୦ ଜାନୁୟାରୀରୁ ଆରମ୍ଭ ହୋଇଥିବା ଟ୍ରାଇ ସିରିଜ ପରେ ଟିମ ଇଣ୍ଡିଆ ୧୫ ଫେବୃୟାରୀକୁ ପାକିସ୍ତାନ ବିପକ୍ଷରେ ଖେଳିବାର ଥିଲା । ଏଭଳି ପରିସ୍ଥିତିରେ ଧୋନିଙ୍କ ଉପରେ ନ୍ୟସ୍ତ ଥିଲା ପୂରା ଦାୟୀତ୍ୱ । ଜାତୀୟ ଦାୟୀତ୍ୱ ଥିବାରୁ ଝିଅ ଜନ୍ମହେବା ପରେ ମଧ୍ୟ ଖେଳକୁ ଛାଡ଼ି ଭାରତ ଆସିପାରିନଥିଲେ ଏହି ପୂର୍ବ ଭାରତୀୟ କ୍ୟାପଟେନ ।

ଖୁବ କମ ଲୋକ ଜାଣିଥିବେଯେ ଜିଓ୍ୱାଙ୍କ ଜନ୍ମ ହେବା ଖବର ସାକ୍ଷୀ ପ୍ରଥମେ ଧୋନିଙ୍କୁ ନ ଦେଇ ସୁରେଶ ରୈନାଙ୍କୁ ଦେଇଥିଲେ । କାରଣ ହେଉଛି ଓ୍ୱର୍ଲଡ କପକୁ ନଜରରେ ରଖି ଅଭ୍ୟାସ ସମୟରେ ନିଜ ନିକଟରେ ଫୋନ ରଖୁନଥିଲେ ଧୋନି । ଯେଉଁ କାରଣରୁ ସାକ୍ଷୀ ଏହି ଖବର ପ୍ରଥମେ ସୁରେଶ ରୈନାଙ୍କୁ ଦେଇଥିଲେ । ସେ ଯାହା ହେଉ ଧୋନି ଏବଂ ଜିଓ୍ୱାଙ୍କ କେମେଷ୍ଟ୍ରିକୁ ଯିଏ ଦେଖିଛି ପ୍ରଶଂସା ନକରି ରହିପାରିନି ।

Leave a Reply