ଆତଙ୍କବାଦୀ ଘୋଷିତ ହେଲା ଲସ୍କର-ଏ-ତଏବା କମାଣ୍ଡର ଶେଖ ସଜ୍ଜାଦ

ଜମ୍ମୁ: ଶ୍ରୀନଗରରେ ୨୦୧୮ରେ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଏ ତଏବାର ସଦସ୍ୟ ଶେଖ୍‌ ସଜ୍ଜାଦ ବା  ସଜ୍ଜାଦକୁ ମଙ୍ଗଳବାର କେନ୍ଦ୍ର ଆତଙ୍କବାଦୀ ବୋଲି ଘୋଷଣା କରିଛି । ଗତ ୧୪ ଦିନ ମଧ୍ୟରେ  ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଛଅ ନମ୍ବର ଆତଙ୍କବାଦୀ ହେଉଛି ଗୁଲ୍‌ ।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର କହିବା ହେଉଛି ଗୁଲ୍‌ ଜମ୍ମୁ କାଶ୍ମୀରରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ମାମଲାରେ ଜଡ଼ିତ ଥିବାପରେ ଫେରାର ହୋଇ ଯାଇଥିଲା । କେବଳ ସେତିକି ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳରେ ଲସ୍କର ଏ ତୋଏବାକୁ ସମର୍ଥନ କରି ଯୁବୀପିଢ଼ୀଙ୍କୁ ହିଂସାତ୍ମକ କରୁଛି । ଆତଙ୍କବାଦୀ ହେବା ପାଇଁ ସେ ପ୍ରେରଣା ଦେବା ସହ ସେମାନଙ୍କୁ ତାଙ୍କ ସଙ୍ଗଠନରେ ଭର୍ତ୍ତି କରୁଛି । କେବଳ ସେତିକି ନୁହେଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କହିବା ହେଉଛି ସେ ଟେରର ଫଣ୍ଡିଂ ସହ ସମ୍ପୃକ୍ତ ଅଛି ।

ସଜ୍ଜାଦକୁ ୧୪ ଜୁନ୍‌ ୨୦୧୮ରେ  ଶ୍ରୀନଗରର ବିଜି ପ୍ରେସ ଏନକ୍ଲେଭ ଅଞ୍ଚଳରେ ନିଜର ଦୁଇ ସହଯୋଗୀଙ୍କ ସହ ସାମ୍ବାଦିକ ବୁଖାରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ।