ଓୱେସିଙ୍କ ଅଯୋଧ୍ୟା ଗସ୍ତ ନେଇ ସନ୍ଥଙ୍କ ଧମକ, ‘ମର୍ଯ୍ୟାଦା ଲଂଘିଲେ ଗଳା କାଟି ଦେବୁ’

Saints Of Ayodhya Warns Asaduddin Owaisi Not To Cross Line

ଅଯୋଧ୍ୟା: ରାମଙ୍କ ନଗରୀରେ ପୁଣି ରାଜନୀତି ସରଗରମ । ୨୦୨୨ ଭୋଟ୍ ପୂର୍ବରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରୁଥିବା ଏଆଇଏମ୍ଆଇଏମ୍ ମୁସଲିମ୍ ବହୁଳ ଅଞ୍ଚଳ ଋଦୌଲି ଉପରେ ନଜର ରଖିଛି । ଏଥିପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ଅଯୋଧ୍ୟା ପହଞ୍ଚିବେ । ଓୱେସି ଅଯୋଧ୍ୟା ଯାଉଥିବା ବେଳେ ସନ୍ଥ ଚେତାବନୀ ଦେଇଛନ୍ତି । ଯଦି ଓୱେସି ହିନ୍ଦୁ ଭାବନାକୁ କୌଣସି ପ୍ରକାରେ ଅପମାନ କରିବେ, ତାହାଲେ ଗଳା କାଟି ଦେବୁ । ଏହା ପୂର୍ବରୁ ଓୱେସି ସମ୍ମିଳନୀ ପାଇଁ ଲଗାଇଥିବା ପୋଷ୍ଟରରେ ଅଯୋଧ୍ୟା ସ୍ଥାନରେ ଫୈଜାବାଦ ଲେଖିଥିଲେ । ଯାହାକୁ ନେଇ ସନ୍ଥ ସମାଜ ଆପତ୍ତି ଉଠାଇଥିଲେ ।

ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଓୱେସିଙ୍କୁ ବାବ୍ରୀ ମସଜିଦ୍ ନାମ ମଧ୍ୟ ନନେବାକୁ ସନ୍ଥ ଚେତାବନୀ ଦେଇଛନ୍ତି । ଅଯୋଧ୍ୟା ତପସ୍ୱୀ ପୀଠର ପୀଠାଧିଶ ଜଗଦଗୁରୁ ପରମହଂସ ଆଚାର୍ଯ୍ୟ କହିଛନ୍ତି, କୌଣସି ପ୍ରକାରେ ଭଗବାନ ରାମ କିମ୍ବା ଅଯୋଧ୍ୟାକୁ ଅପମାନ କଲେ, ତାଙ୍କ ଗଳା କାଟି ଦେବୁ । ରାମ ମନ୍ଦିର ସମର୍ଥକ ଓ ମୁସଲିମ୍ ସମାଜର କାର୍ଯ୍ୟକର୍ତ୍ତା ଅନିସ ଖାନ କହିଛନ୍ତି, ଭଗବାନ ରାମଙ୍କୁ ନେଇ ଓୱେସି କୌଣସି ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଲେ ଠିକ୍ ହେବ ନାହିଁ ।

ତପସ୍ୱୀ ପୀଠର ପୀଠାଧିଶ କହିଛନ୍ତି ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମଧ୍ୟ ଓୱେସି ବାବ୍ରୀ ରାଗ ସୁଝାଇବାକୁ ଚାହିଁଲେ କିଛି ଠିକ୍ ହେବନି । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଧର୍ମ ନଗରୀ । ଏଠି ମର୍ଯ୍ୟାଦାଜନକ ଶବ୍ଦ ବ୍ୟବହାର କରନ୍ତୁ । ରାମଙ୍କ ବିଷୟରେ କୌଣସି ପ୍ରକାରେ ଉତ୍ତେଜନାପୂର୍ଣ୍ଣ ଭାଷଣ କିମ୍ବା କଦର୍ଥ ଶବ୍ଦ ବ୍ୟବାହର ଓୱେସିଙ୍କୁ ମହଙ୍ଗା ପଡ଼ିବ । ବାବରଙ୍କୁ ଆତଙ୍କବାଦୀ ଓ ଲୁଟେରା କହି ଅଯୋଧ୍ୟା ମାଟିରେ ତାଙ୍କ ନାଁ ନେବାକୁ ଧମକ ଦେଇଛନ୍ତି ସନ୍ଥ ।

Leave a Reply