ସୈନିକ ସ୍କୁଲର ହୀରକ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୈନିକ ସ୍କୁଲର ହୀରକ ଜୟନ୍ତୀ । ଆଜି ଓ ଆସନ୍ତାକାଲି ଦୁଇ ଦିନ ହୀରକ ଜୟନ୍ତୀ ପାଳନ ହେବ । ଏହାସହ ସୈନିକ ସ୍କୁଲ ଓଲ୍ଡ ବଏଜ୍ ଆସୋସିଏସନ୍ ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ । ସୈନିକ ସ୍କୁଲର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ହୀରକ ଜୟନ୍ତୀ ଅବସରରେ ଭୁବନେଶ୍ୱର ସୈନିକ ସ୍କୁଲ ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ । ଏହି ଦୁଇ ଦିନିଆ ଉତ୍ସବ ଅବସରରେ ଆର୍ମି ଡଗ୍ ଶୋ, କାଉଣ୍ଟର ଟେରରିଜମ ଡେମନଷ୍ଟ୍ରେସନ, ନାଭାଲ ବ୍ୟାଣ୍ଡ, ଏରୋ ଡାଇନାମିକ ଶୋ ଅନୁଷ୍ଠିତ ହେବ । ସେହିପରି ରାଜ୍ୟର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।