ପାଖଉଛିି ଦିଲ୍ଲୀ ନିର୍ବାଚନ, ବିଜେପିରେ ମିଶିଲେ ସଟଲ୍ କ୍ୱିନ୍ ସାଇନା ନେହଓ୍ୱାଲ୍

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ମଝା ମଝିରେ ବିଜେପିର ମିଶ୍ରଣ ପର୍ବ । ଜଣେ ତାରକା ଖେଳାଳିଙ୍କୁ ଦଳରେ ସାମିଲ କରାଇ ବିଜେପି ନିଜର କ୍ୟାମ୍ପେନକୁ ଅଧିକ ଶାଣିତ କରିବାକୁ ପ୍ରୟାସ କରିଛି ।


ଲଣ୍ଡନ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା, ରାଜୀବ ଗାନ୍ଧି ଖେଳ ରତ୍ନ ସହ ଅର୍ଜୁନ୍ ପୁରସ୍କାର ପ୍ରାପ୍ତ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ୱାଲ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସାଇନା ବିଜେପିରେ ମିଶିଛନ୍ତି । ଦଳର ସାଧାରଣ ସଂପାଦକ ଅରୁଣ ସିଂଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ସେ ପ୍ରେରିତ ହୋଇ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।


ଦୀର୍ଘଦିନ ଧରି ସାଇନା ବିଜେପିକୁ ସମର୍ଥନ କରି ନିଜର ମତ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ୨୦୧୬ରେ ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ଏବେସୁଦ୍ଧା ସାଇନା ୨୪ଟି ଅନ୍ତର୍ଜାତୀୟ ମେଡାଲ୍ ହାସଲ କରିଥିବା ବେଳେ ୨୦୧୫ରେ ବିଶ୍ୱର ଶ୍ରେଷ୍ଠ ବ୍ୟାଡମିଣ୍ଟନ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

Leave a Reply