ବଡ ପରଦାରେ ଚୋର ସାଜିବେ ସୈଫ ଅଲ୍ଲୀ ଖାନ୍

ମୁମ୍ୱାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀ ଆକ୍ରମଣ ଘଟଣା ପରେ ଏକ ମଞ୍ଚରେ ନଜର ଆସିଥିଲେ । ସୈଫ ଅଲ୍ଲୀ ଖାନ ଇଣ୍ଡଷ୍ଟ୍ରିରେ ଏମିତି ଏକ ନା ଯିଏ ସବୁବେଳେ ନିଜ ଫ୍ୟାନ୍ସଙ୍କ ଗହଣକୁ ଅନେକ ନିଆରା ଚରିତ୍ର ନେଇ ଆଗକୁ ଆସିଥାନ୍ତି । ସୈଫ ଅଲ୍ଲୀ ଖାନଙ୍କ ଅପକମିଙ୍ଗ ଫିଲ୍ମ ଆସିବାକୁ ଯାଉଛି । ଯେଉଁଥିରେ ସେ ଚୋରା ଭୂମିକାରେ ନଜର ଆସିବେ। ଫିଲ୍କର ଟାଇଟେଲ ରହିଛି ଜେୱେଲ ଥିଫ୍ ଦ ହିଷ୍ଟ ବିଗେନ୍ସ ।

ଜେୱେଲ ଥିଫ୍ ଦ ହିଷ୍ଟ ବିଗେନ୍ସ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଆକ୍ସନ ସହିତ ନଜର ଆସିବେ ସୈଫ ଅଲ୍ଲୀ । ଏହା ସହିତ ଫିଲ୍ମରେ ଜୟଦୀପ ଅହଲାୱତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ସୈଫ ଜଣେ ଚୋରର ଭୂମିକାରେ ନଜର ଆସିବେ । ଯାହାର ମିସନ ହେଉଛି ଲେଜେଣ୍ଡରି ଆଫ୍ରିକାନ ରେଡ ସନ ଡାଏମଣ୍ଡ ଚୋରି କରିବା । ଏହି ଛକା ପଂଝା ମଧ୍ୟରେ ଏମିତି କିଛି କନଫ୍ୟୁଜନ ଉପୁଯିଛି ଯାହାପାଇଁ କାହାଣୀ ଖୁବ ରୋଚକ ନଜର ଆସିବ । ତେବେ ଫିଲ୍ମଟି ନେଟଫ୍ଲିକ୍ସ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ରହିଥିବା ବେଳେ ଏହାର ରିଲିଜ ତାରିଖ ଉପରୁ ଏବେ ପରଦା ଉଠିନାହିଁ । ଯାହାପାଇଁ ଫ୍ୟାନ୍ସଙ୍କୁ କିଛି ଦିନର ଅପେକ୍ଷା କରିବାକୁ ପଡିପାରେ ।

ନିକଟରେ ଦେବରା ପାର୍ଟ ୧ ଫିଲ୍ମରେ ନଜର ଆସିଥିଲେ ସୈଫ। ଭୈର ଚରିତ୍ରରେ ଦର୍ଶକ ସୈଫଙ୍କୁ ଖୁବ ଭଲପାଇବା ଦେଇଥିଲେ।