ସୈଫ ଅଲ୍ଲୀ ଖାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏମିତି କହିଲେ ଡାକ୍ତର

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ହୋଇଛି । ଜଣେ ଅଜଣା ବ୍ୟକ୍ତି ଅଭିନେତାଙ୍କ ଘରେ ପଶି ତାଙ୍କୁ ଛୁରାମାଡ଼ କରିଥିଲେ। ସେବେଠାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ସୁଧୁରୁଛି ବୋଲି ଡାକ୍ତର କହିଛନ୍ତି । ସୋମବାର ସୁଦ୍ଧା ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି । ଜାତୀୟ ଜଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୈଫ ଅଲ୍ଲୀ ଖାନଙ୍କ ଦେହରେ ୬ ଥର ଛୁରୀ ଆକ୍ରମଣ ହୋଇଥିଲା, ସେଥିମଧ୍ୟରୁ ଦୁଇ ଥର ଅତି ଜୋରରେ ଆକ୍ରମଣ କରାଯାଇଛି । ସେଥିଲାଗି ତାଙ୍କର ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା । ସଫଳ ଅସ୍ତ୍ରୋପଚାର ପରେ ସୈଫ ଅଲ୍ଲୀ ଖାନଙ୍କୁ ଆଇସିୟୁରେ ରଖାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କ ଯତ୍ନ ନେଉଥିଲେ।

ଡାକ୍ତର କହିଛନ୍ତି ଯେ, ଶୁକ୍ରବାର ଦିନ ଆମେ ସୈଫ ଅଲ୍ଲୀ ଖାନଙ୍କୁ ଏକ ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରିଛୁ । ସେ ଏବେ ବିପଦ  ମୁକ୍ତ ଅଛନ୍ତି । ସେ ସମ୍ପୂର୍ଣ୍ଣ ଭଲ ଅନୁଭବ କରୁଛନ୍ତି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆମେ ତାଙ୍କୁ ଡିସଚାର୍ଜ କରାଯିବା ନେଇ ସେ ଆଶା କରିଛନ୍ତି । ଡାକ୍ତରଙ୍କ କହିବାନୁଯାୟୀ, ସୈଫ ଅଲ୍ଲୀ ଖାନଙ୍କୁ ସୋମବାର ସୁଦ୍ଧା ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରିବ ବୋଲି ଜଣାପଡିଛି । ସୈଫ ଅଲ୍ଲୀ ଖାନଙ୍କ ଅପରେସନ ସାଢେ ୫ ଘଣ୍ଟା ସମୟ ଲାଗିଥିଲା । ସକାଳ ୫ଟାରୁ ଆରମ୍ଭ ହୋଇ ୧୦.୩୦ରେ ଶେଷ ହୋଇଥିଲା । ବୁଧବାର ରାତି ୨.୩୦ ମିନଟରେ ବାନ୍ଦ୍ରାସ୍ଥିତ ସୈଫ ଅଲ୍ଲୀ ଖାନଙ୍କ ଘରେ ଜଣେ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିଥିଲେ । ଛୁରୀରେ ଅଭିନେତାଙ୍କୁ ଆକ୍ରମଣ କରିଥିଲେ।