spot_img

Latest Posts

ଅଭିନେତା ସୈଫ ଅଲ୍ଲୀଙ୍କୁ ଛୁରାମାଡ଼ ଘଟଣା : ପତ୍ନୀ କରୀନାଙ୍କୁ ଜେରା

ମୁମ୍ବାଇ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ପୋଲିସ ସୈଫଙ୍କ ପତ୍ନୀ କରୀନା କପୁରଙ୍କୁ ଜେରା କରିଛି। ଏହା ସହ ଷ୍ଟାଫ ଏଲିୟାମା ଫିଲିପଙ୍କ ବୟାନ ବି ରେକର୍ଡ କରିଛି। ସେପଟେ ଆହତ ସୈଫଙ୍କୁ ଲୀଳାବତୀ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ଭଜନ ସିଂ ରାଣା ସେଦିନର ଘଟଣା ସମ୍ପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସଦଗୁରୁ ଶରଣ ବିଲଡିଂରୁ ହସ୍ପିଟାଲକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡ୍ରାଇଭର। ଉତ୍ତରାଖଣ୍ଡବାସିନ୍ଦା ରାଣା ଅଟୋରେ ଆସୁଥିବାବେଳେ ତାଙ୍କ ଅଟୋରେ ଥିଲେ ୩ଜଣ ଯାତ୍ରୀ। ସେମାନେ ସମସ୍ତେ ମିଶି ସୈଫଙ୍କୁ ହସ୍ପିଟାଲକୁ ନେଇଥିଲେ। ତେବେ ବଡ଼କଥା ହେଉଛି ସୈଫଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପରେ ହିଁ ରାଣା ଜାଣିଥିଲେ ଯେ ଆହତ ବ୍ଯକ୍ତି ହେଉଛନ୍ତି ସୈଫ। ସୈଫଙ୍କ ଜୀବନ ରକ୍ଷା ହୋଇଯାଇଥିବାରୁ ସେ ଆନନ୍ଦିତ ବୋଲି କହିଛନ୍ତି। ଆଜି ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କର ବୟାନ ରେକର୍ଡ ହୋଇଛି। ସେପଟେ ଆସନ୍ତା ୨-୩ ଦିନ ମଧ୍ଯରେ ସୈଫ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି। ତେଣେ ସିସିଟିଭିରୁ ଜଣାଯାଇଛି ଗୁରୁବାର ରାତି ଗୋଟାଏ ୩୭ ମିନଟରେ ମୁହଁରେ କପଡା ପିନ୍ଧିଥିବା ଅଭିଯୁକ୍ତଜଣକ ଏକ ଟି-ସାର୍ଟ ପିନ୍ଧିବା ସହ ଏକ ବ୍ଯାଗ କାନ୍ଧରେ ପକାଇ ପ୍ରବେଶ କରିଥିଲା।  ସେ ଜିନ ପ୍ଯାଣ୍ଟ ପିନ୍ଧିଥିଲା। ମାତ୍ର ରାତି ୨ଟା ୩୩ ମିନଟରେ ସିସିଟିଭିରେ ତାର ମୁହଁ ସ୍ପଷ୍ଟ ଦିଶୁଥିଲା। ସେ ଅଲଗା ପୋଷାକ ବି ପିନ୍ଧିଥିଲା। ଗତକାଲି ଜଣେ ବ୍ୟକ୍ତିଙ୍କୁ ପୋଲିସ ଜେରା କରିଥିବାବେଳେ ପ୍ରକୃତ ଅଭିଯୁକ୍ତ ନୁହେଁ ବୋଲି ପୋଲିସ କହିଛି। ଅପରାଧୀକୁ ଧରିବା ଲାଗି ୩୫ଟି ପୋଲିସ ଟିମ ଗଠିତ ହୋଇଛି। ପୋଲିସ ଆଶଙ୍କା କରୁଛି- ଆକ୍ରମଣ ପରେ ଅଭିଯୁକ୍ତଜଣକ ବାନ୍ଦ୍ରାରୁ ଅନ୍ୟତ୍ର ଚାଲିଯାଇଛି। ପୋଲିସ ରେଳଷ୍ଟେସନର ଭିଜୁଆଲ ବି ଯାଞ୍ଚ କରିଛି।

Latest Posts

Don't Miss