ବ୍ରିସବେନ୍ରେ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ଗୁରୁଜୀଙ୍କ ଦ୍ୱାରା ଭୂମିମିୂଜା
ନନ୍ଦିଘୋଷ ବ୍ୟୁରୋ : ବିଶ୍ୱ ସାଇ ଆନ୍ଦୋଳନର ମହାନ୍ କର୍ଣ୍ଣଧାର ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଅଷ୍ଟ୍ରେଲିଆରବ୍ରିସବେନ ସହରଠାରେ ଶିରିଡ଼ି ସାଇବାବାଙ୍କ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜା ଉତ୍ସବ ସମ୍ପନ୍ନ ହୋଇଯାଇଛି । ବ୍ରିସବେନ ସାଇବାବା ସଂସ୍ଥାନର ଟ୍ରଷ୍ଟିମାନେ ଗୁରୁଜୀଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରି ପାଛୋଟି ନେବାପରେ ଗୁରୁଜୀ ସଂସ୍ଥାନ ପକ୍ଷରୁ ଅଧିକୃତ ଜମିକୁ ବୁଲି ଦେଖିଥିଲେ ଏବଂ ମନ୍ଦିର ନିର୍ମାଣ ଆଦି ସମ୍ପକରେ ମାର୍ଗଦର୍ଶନ କରିଥିଲେ । ଏହାପରେ ଗୁରୁଜୀ ଗୋଟିଏ ନିମ୍ବ ଗଛ ଲଗାଇଥିଲେ । ଏହି ଅବସରରେ ହୋମଯଜ୍ଞାଦି ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ପ୍ରାୟ ଅଢ଼େଇ ଶହରୁ ଊର୍ଦ୍ଧ୍ୱ ଭକ୍ତ ଯୋଗଦେଇଥିଲେ । ଭାରତରୁ ମଧ୍ୟ କେତେକ ଭକ୍ତ ସାମିଲ ହୋଇଥିଲେ ।
ଉପସ୍ଥିତ ଭକ୍ତମାନଙ୍କୁ ଉଦ୍ବୋଧନ ଦେଇ ଗୁରୁଜୀ କହିଲେ ଯେ ଗୁରୁ ପୂଜା ଭାବ ପୂଜା ଅଟେ । କୌଣସି କାମନା ନରଖି ସେବା କରିବା ହେଉଛି ଶ୍ରେଷ୍ଠ କର୍ମ । ନିଜର ଦୃଷ୍ଟିକୋଣକୁ ଅନ୍ୟଉପରେ ଲଦିଦେବା ଠିକ୍ ନୁହେଁ । ପରିବାରର ମୁରବୀମାନେ ପିଲାମାନଙ୍କର ଦାୟିତ୍ୱ ନେଇ ସେମାନଙ୍କୁ ଉଚିତ ଶିକ୍ଷା ଦେବା ଆବଶ୍ୟକ । ସରଳତା, ବିନ୍ରମତା ଓ ସାଧୁତା ଆମର ଭୂଷଣ ହେଉ । ଗୁରୁଜୀ ପୁଣି କହିଲେ ଯେ ଶିରିଡ଼ି ସାଇବାବାଙ୍କ ଚମତ୍କାରିତା ଯୋଗୁ ନୁହେଁ, ତାଙ୍କର ଅପାର ଦୟା ଓ ମାନବିକତା ଭଳି ଗୁଣରେ ସେ ପ୍ରଭାବିତ ହୋଇଥିଲେ । ପରେ ସଂସ୍ଥାନର ଟ୍ରଷ୍ଟିମାନଙ୍କ ସହ ଏକ ବୈଠକରେ ଗୁରୁଜୀ ସେମାନଙ୍କର ବିଭିନ୍ନ ଶଙ୍କା ଓ ସନ୍ଦେହର ମୋଚନ କରି ସେମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ କରିଥିଲେ ଓ ଆଦେଶ ଦେଇଥିଲେ ।