ଓଡ଼ିଶା ଆସିଲା ସହିଦ ବୀର ଯବାନ ସଚ୍ଚିଦାନନ୍ଦ ପ୍ରଧାନଙ୍କ ମରଶରୀର

ଭୁବନେଶ୍ବର: ଓଡ଼ିଶା ଆସିଲା ସହିଦ ବୀର ଯବାନଙ୍କ ମରଶରୀର। ଭୁବନେଶ୍ୱର ବିମାନ ବନ୍ଦରରେ ସଚ୍ଚିଦାନନ୍ଦ ପ୍ରଧାନଙ୍କ ମରଶରୀର ପହଞ୍ଚିବା ପରେ ଗାର୍ଡ ଅଫ ଅନର ଦିଆଯାଇଛି । ସଚ୍ଚିଦାନନ୍ଦ ଇଣ୍ଡିଆନ ଆର୍ମିରେ ସୁବେଦାର ଥିଲେ । ସେ ରାଜସ୍ଥାନ ଯୋଧପୁରରେ ଡ୍ୟୁଟିରେ ଥିଲାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସଚ୍ଚିଦାନନ୍ଦଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ପରେ ଇଣ୍ଡିଆନ ଆର୍ମି ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଗାର୍ଡ ଅଫ ଅନର ସମୟରେ ଆର୍ମିର ଅନେକ ଅଧିକାରୀ ଓ କମିଶନରେଟ ପୋଲିସର ଅଫିସରମାନେ ଉପସ୍ଥିତ ଥିଲେ। ପରେ ଜନ୍ମମାଟି ଗଞ୍ଜାମ ଜିଲ୍ଲା ଜରଡ଼ାକୁ ନିଆ ଯାଇଛି ସହିଦ ସଚ୍ଚିଦାନନ୍ଦଙ୍କ ମରଶରୀର । ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର ।