ଭାରତ ପରାଜୟର କାରଣ କହିଲେ ଆଫ୍ରିଦ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

1 min read

ଇସଲାମବାଦ: ବିଶ୍ବକପରେ ଭାରତର ପରାଜୟକୁ କେହି ମଧ୍ୟ ସହଜରେ ହଜମ କରିପାରୁନାହାନ୍ତି । ଫାଇନାଲ ମ୍ୟାଚ ସମୟରେ ଭାରତ ବ୍ୟାଟିଂ କରୁଥିବାବେଳେ ପାକିସ୍ତାନର ଏକ ଗଣମାଧ୍ୟମ ଡିବେଟରେ ବସିଥିବା ପୂର୍ବତନ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦ ଦେଇଥିବା ଏକ ବିବୃତି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଫ୍ରିଦ କହିଥିଲେ କି, ଭାରତ ଅତ୍ୟଧିକ ଆତ୍ମବିଶ୍ବାସ ପାଇଁ ମ୍ୟାଚ ହାରିବ । ଲଗାତାର ବିଜୟ ପରେ ଓଭର କନ୍ଫିଡେନ୍ସ ପାଇଁ ଭାରତ ହାରିବ ବୋଲି କହିଥିଲେ । ଭାରତ ବ୍ୟାଟିଂ ବିପର୍ଯ୍ୟୟ ଘଟୁଥିବାବେଳେ ଏଭଳି କହିଥିଲେ । ଏହି ଡିବେଟରେ ମହମ୍ମଦ ୟୁସୁଫ ମଧ୍ୟ ବସିଥିଲେ ।

ଯେତେବେଳେ ଭାରତର ତୃତୀୟ ଓ୍ବିକେଟର ପତନ ଘଟିଥିଲା ସେତେବେଳେ ଆଙ୍କର ଆଫ୍ରିଦଙ୍କୁ ପଚାରିଥିଲେ କି, ଏହା ବଡ଼ ଟୁର୍ଣ୍ଣାମେଣ୍ଟର ଚାପ କି? ଏହାର ଉତ୍ତରରେ କହିଥିଲେ କି, ଅତ୍ୟଧିକ ଆତ୍ମବିଶ୍ବାସ ପାଇଁ ଏଭଳି ହେଉଛି । ଯାହାକି ଭାରତ ପରାଜୟର କାରଣ ହେବ । ଏବେ ଏହି ଭିଡିଓଟି ବେଶ ଭାଇରାଲ ହେଉଥିବାବେଳେ ବହୁ ଭାରତୀୟ ପ୍ରଂଶସକମାନେ ଆଫ୍ରିଦଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।