ସାଗର ହତ୍ୟା ମାମଲା: ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟରେ ଉପସ୍ଥାପନ କରିବ ଦିଲ୍ଲୀ ପୋଲିସ୍‌, ଶେଷ ହେଉଛି ରିମାଣ୍ଡ୍‌

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସାଗର ଧନଖଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବା ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଛଅ ଦିନର ପୋଲିସ୍‌ରିମାଣ୍ଡ୍‌ଆଜି ଶେଷ ହେଉଛି । ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଦିଲ୍ଲୀର ରୋହିଣୀ କୋର୍ଟରେ ଉପସ୍ଥାପନ କରିବ । ଅନ୍ୟପଟେ ଦିଲ୍ଲୀ ପୋଲିସ ସୁଶୀଲ କୁମାରଙ୍କୁ ପୁଣିଥରେ ଆଠ ଦିନ ରିମାଣ୍ଡରେ ନେବାପାଇଁ ଦାବି କରିଛି । ସୁଶୀଲ କୁମାର କୁସ୍ତିଯୋଦ୍ଧା ସାଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।

ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷ ବୟସ୍କ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ ଓ ତାଙ୍କ ସହଯୋଗୀଙ୍କୁ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗତ ୨୩ରେ ଗିରଫ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା।

 

ତେବେ ସାଗର ଧନଖଡ଼ ହତ୍ୟା ମାମଲାରେ ୧୨ ଜଣ ଅଭିଯୁକ୍ତ ସାମିଲ ଥିବା କୁହାଯାଉଛି । ଏମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ଦିଲ୍ଲୀ ପୋଲିସ୍‌। ଫେରାର ଅଭିଯୁକ୍ତମାନେ ହେଲେ, ପ୍ରବୀଣ, ପ୍ରଦୀପ ଏବଂ ବିନୋଦ ପ୍ରଧାନ । ଅଭିଯୁକ୍ତଙ୍କ ଲିଷ୍ଟରେ ୧୧ ଜଣଙ୍କ ନାମ ଉଲ୍ଲେଖ ରହିଛି । ଏହା ପଛର ଏକମାତ୍ର କାରଣ ହେଉଛି, ସୁଶୀଲ କୁମାରଙ୍କ ବନ୍ଧୁ ପ୍ରିନ୍ସ ସରକାରୀ ସାକ୍ଷୀ ହୋଇ ଯାଇଛନ୍ତି ।

Leave a Reply