ଭୁବନେଶ୍ଵର ସହରାଞ୍ଚଳରେ ସେଫ ସିଟି ଡ୍ରାଇଭ ଅଭିଯାନ, ମଦୁଆ ଡ୍ରାଇଭରଙ୍କ ବିରୋଧରେ ଧରପଗଡ

1 min read

ଭୁବନେଶ୍ୱର:  ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ବର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ପଦକ୍ଷେପ। ସେଫ ସିଟି ଡ୍ରାଇଭ” ଅଭିଯାନ କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ ଚାଲୁ ରହିଛି। ଏହି ଧରପଗଡ ଅଭିଯାନରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନକୁ ଯାଞ୍ଚ କରାଯିବା ସହିତ ଡ୍ରଗ୍ସ,, ବେଆଇନ ଅସ୍ତ୍ରଶସ୍ତ୍ର, ଚୋରା ହୋଇଥିବା ଗାଡି, ଚୋରୀ ହୋଇଥିବା ସମ୍ପତ୍ତି ଓ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ଉପରେ ନଜର ରଖାଯାଉଛି । ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ମଧ୍ୟ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଗାଡି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଅଛି।

ଗତକାଲି ରାତିରେ ଭୁବନେଶ୍ବର ସହରାଞ୍ଚଳରେ ଥିବା ସମସ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଟ୍ରାଫିକ ଥାନା-୧ ଏବଂ ୨ ର ମିଳିତ ସହଯୋଗରେ ସହରର ଭିନ୍ନଭିନ୍ନ ସ୍ଥାନ ଯଥା- କ୍ୟାପିଟାଲ ଥାନା ଅନ୍ତର୍ଗତ ଗୋପବନ୍ଧୁ ଛକ ଗଭର୍ନର ହାଉସ ଛକ ମଧ୍ୟରେ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ ଛକ,  ହାଉସିଂ ବୋର୍ଡ ଛକରୁ ରାମମନ୍ଦିର ଛକ ମଧ୍ୟରେ, ସୁନ୍ଦରପଡା ଛକ ଆଦି ସ୍ଥାନରେ ପୋଲିସ ଯାଞ୍ଚ କରୁଛି।  ସମ୍ପୃକ୍ତ ଛକରେ ଜଣେ ଲେଖାଏଁ ପୁଲିସ ଅଧିକାରୀ, ଥାନା କର୍ମଚାରୀଙ୍କ ସମତେ ଗୋଟିଏ ଲେଖାଏଁ ସେକ୍ସନ ପୁଲିସ ଫୋର୍ସ ସାମିଲ ଅଛନ୍ତି। ଖାରବେଳନଗର ଥାନାରେ ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ,ଗୋଟିଏ ଗାଡି ଜବତ କରାଯାଇଛି।

ସେହିପରି ଜଟଣୀ ଥାନାତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୨ଟି ମୋଟରସାଇକେଲ ଜବତ କରାଯାଇ ୨ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ସେହିପରି ତମାଣ୍ଡୋ ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୨ଟି କାର ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଛି। ଇନ୍ଫୋଭ୍ୟାଲି ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୨ଟି ମୋଟର ସାଇକେଲ ସହିତ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ସ୍ଥଳେ ବଡଗଡ ଥାନାରେ ୨ ଜଣ ବ୍ୟକ୍ତିଙ୍କୁ ଡ୍ରଙ୍କେନ୍ ଡ୍ରାଇଭରେ ଅଟକ ରଖାଯାଇ ୨ଟି ଗାଡି ଜବତ ହୋଇଛି। ଅନୁରୂପ ଭାବେ ଲକ୍ଷ୍ମୀସାଗର ଥାନା ତରଫରୁ ୬ଟି ଚାରିଚକିଆ ଯାନ ଜବତ କରାଯାଇଥିବା ବେଳେ ୬ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ବେଳେ ଇନ୍ଫୋସିଟି ଥାନାରେ ୧୦ଟି କାର ଓ ଗୋଟିଏ ବାଇକ୍ ଜବତ କରାଯାଇ ୧୧ ଜଣଙ୍କୁ ଅଟକ ରଖାଯାଇଛି। ଚନ୍ଦ୍ରଶେଖରପୁର ଥାନାରେ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୯ଟି କାର ଓ ୨ଟି ମୋଟରସାଇକେଲ ଜବତ କରାଯାଇ ୧୧ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ବେଳେ ଏୟାରପୋର୍ଟ ଥାନାରେ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୩ଟି ବାଇକ୍ ଜବତ କରାଯାଇ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

ସେହିପରି ଧଉଳି ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ୨ଟି ମୋଟରସାଇକେଲ ସହ ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଖଣ୍ଡଗିରି ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭରେ ୨ଟି ଗାଡି ଜବତ କରାଯାଇ ୨ ଜଣଙ୍କୁ ଅଟକ ରଖାଯାଇଛି। ଗତ ରାତିରେ ଭରତପୁର ଥାନା ତରଫରୁ ଗୋଟିଏ ମଦଗାଡିକୁ ଅଟକ ରଖାଯାଇଥିବା ବେଳେ ପାହାଳ ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ଗୋଟିଏ ଗାଡି ସହିତ ଜଣଙ୍କୁ ଅଟକ ରଖାଯାଇଛି।

ସେହିପରି ଶହୀଦନଗର ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭରେ ୨ଟି ଗାଡି ସହିତ ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମୈତ୍ରୀବିହାର ଥାନା ତରଫରୁ ଡ୍ରଙ୍କେନ୍ ଡ୍ରାଇଭ କରାଯାଇ ଗୋଟିଏ ଗାଡି ସହିତ ଜଣଙ୍କୁ ଅଟକ ରଖାଯାଇଛି। ଭୁବନେଶ୍ବର ସହରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଥାନା ତରଫରୁ ମଦ୍ୟପାନ ଜନିତ ଗାଡି ଚାଳନା ବିରୋଧରେ କରାଯାଇଥିବା ଅଭିଯାନ ମାଧ୍ୟମରେ ମୋଟ ୫୩ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଟ୍ରାଫିକ ଥାନା ତରଫରୁ ୧୫ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଭୁବନେଶ୍ବର ସହରାଞ୍ଚଳର ସମସ୍ତ ଥାନା ତରଫରୁ ସମୁଦାୟ ୬୭ଟି ଚାରିଚାକିଆ ଓ ଦୁଇଚକିଆ ଯାନ ଜବତ କରାଯାଇଛି ।