ଦର୍ଶକଙ୍କ ରାଗର ଶୀକାର ହେଲା ସଡ଼କ ୨, ପସନ୍ଦ ଠାରୁ ବଳିଗଲା ନାପସନ୍ଦ

ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ବୁଧବାର ସକାଳେ ରିଲିଜ୍ ହୋଇଯାଇଛି । କିଛି ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ନାପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଇଣ୍ଟରନେଟରେ ଅନେକ ଲୋକ ଏହି ଟ୍ରେଲରକୁ ଟ୍ରୋଲ କରିବା ସହିତ ସଞ୍ଜୟ ଦତ୍ତଙ୍କ ନିକଟରେ କ୍ଷମା ମଧ୍ୟ ମାଗିଛନ୍ତି । କାରଣ ଟ୍ରେଲରରେ ସଞ୍ଜୟ ଦତ୍ତଙ୍କ ଭୂମିକ ଦମଦାର ରହିଛି ଯାହାକୁ ଦର୍ଶକ ପସନ୍ଦ କରିବାକୁ ଚାହିଁଲେ ବି ନାପସନ୍ଦ କରିଛନ୍ତି କାରଣ ଫିଲ୍ମରେ ଭଟ୍ଟ ପରିବାରର ଭୂମିକା ଅଧିକ ରହିଛି । ଯାହା ପାଇଁ ଏହି ଟ୍ରେଲର ଇଣ୍ଟରନେଟରେ ଟ୍ରେଣ୍ଡିଂ କରୁଥିଲେ ବି ଏହାକୁ ସବୁଠୁ ଅଧିକ ଡିସଲାଇକ୍ ବା ନାପସନ୍ଦ କରାଯାଇଛି ।

ମହେଶ ଭଟ୍ଟଙ୍କ ଏହି ଫିଲ୍ମରେ ତାଙ୍କ ୨ ଝିଅ ପୂଜା ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଆଦିତ୍ୟ ରୟ କାପୁର ମଧ୍ୟ ଅଭିନୟ କରିଛନ୍ତି । ଆଦିତ୍ୟ, କପୁର ପ୍ରଯୋଜକ ସିଦ୍ଧାର୍ଥ ରୟ କପୁରଙ୍କ ସାନ ଭାଇ । ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ଚଳଚ୍ଚିତ୍ରଟି ସୋସିଆଲ ମିଡିଆରେ ବଲିଉଡରେ ଚାଲିଥିବା ପରିବାରବାଦ ବା ନେପୋଟିଜିମର ଉଦାହରଣ ଭାବରେ ପରିଚିତ ହୋଇଥିଲା ।

mahesh bhat riya

ଏହା ବ୍ୟତୀତ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହ ମହେଶ ଭଟ୍ଟଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ରିୟାଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ନେଇ ତାଙ୍କୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ବାପା କେ.କେ ସିଂ ।

ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଦର୍ଶକଙ୍କ ରାଗ ଏତେ ଅଧିକ ରହିଛି ଯେ, ସେମାନେ ବଲିଉଡ଼ରେ କଥିତ ଭାବେ ଚାଲିଥିବା ପରିବାରବାଦକୁ ହଟାଇବାକୁ ଖୁବ୍ ପ୍ରୟାସ କରିଛନ୍ତି । ଯାହାର ଝଲକ ଫିଲ୍ମ ସଡ଼କ ୨ ଟ୍ରେଲରରେ ନଜର ଆସିଛି । ଆପଣଙ୍କୁ କହି ରଖୁଛୁ ଯେ, ‘ସାଡକ ୨’ ର ଟ୍ରେଲର ‘ଫକ୍ସ ଷ୍ଟାର ହିନ୍ଦୀ’ ନିଜର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରିଛି । ଯାହାକୁ ବର୍ତ୍ତମାନ ସୁଧା ୩ଲକ୍ଷ ଦର୍ଶକ ପସନ୍ଦ କରିଥିଲେ ଏବଂ ୫୦ଲକ୍ଷ ହଜାର ଦର୍ଶକ ନାପସନ୍ଦ କରିସାରିଲେଣି ।

Leave a Reply