ମାଙ୍କଡ଼ର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ

ନନ୍ଦିଘୋଷ ବ୍ୟୁରୋ: ମାଙ୍କଡ଼ର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ । ମଣିଷ ମୃତ୍ୟୁ ପରେ ଯେପରି ଶବ ସତ୍କାର କରାଯାଇଥାଏ, ଠିକ ସେହିପରି ଗ୍ରାମବାସୀ ଓ ସ୍କୁଲର ଶିକ୍ଷକ ମାନେ ମିଶି ମାଙ୍କଡ଼ର ଶବ ସତ୍କାର କରିଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ପୌରପାଳିକା ଅଧିନସ୍ଥ ଏଲଖା ଗାଁରେ । ଟ୍ରଲିକୁ ଫୁଲରେ ସଜାଇ ମାଙ୍କଡ଼ର ମୃତଦେହରେ ଘଣ୍ଟ ମୃଦଙ୍ଗ ସହ କୀର୍ତ୍ତନ କରି ହରିବୋଲ ଓ ଜୟ ବଜାରଙ୍ଗିବାଲି ନାରାରେ ଗାଁ ବୁଲାଇ ମଶାଣିକୁ ନେଇଥିଲେ । ଶେଷରେ ମଶାଣିରେ ମାଟି ଖୋଳି ଗ୍ରାମବାସୀମାନେ ମାଙ୍କଡ଼ର ମୃତଦେହକୁ ପୋତି ଦେଇଥିଲେ। ମାଙ୍କଡ଼ଟି ଏହି ଗାଁରେ ଦୀର୍ଘ ବର୍ଷ ହେବ ରହିଆସୁଥିଲା ଗାଁର ଲୋକମାନେ ମାଙ୍କଡ଼କୁ ଖାଇବାକୁ ଦେଉଥିଲେ । ମାଙ୍କଡ଼କୁ ଭଗବାନ ହନୁମାନଙ୍କ ରୂପ ଭାବି ଗ୍ରାମବାସୀମାନେ ପୂଜା କରୁଥିଲେ । ଗତକାଲି ମାଙ୍କଡ଼ଟିର ମୃତ୍ୟୁ ଘଟିଥିଲା । ସ୍କୁଲ ପଛ ପାଖରେ ମାଙ୍କଡ଼ଟି ମରି ପଡ଼ିଥିବା ଦେଖିଥିଲେ । ମାଙ୍କଡ଼ର ମୃତ୍ୟୁକୁ ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି । ମାଙ୍କଡ଼ର ଶବ ସତ୍କାର କରିବା ସହ ଦଶାହ କ୍ରିୟା କରିବେ ବୋଲି କହିଛନ୍ତି ।