ପାଣ୍ଡୋରା ପେପର୍ସ ଲିକ୍ ତାଲିକାରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅନେକ ହାଇ ପ୍ରୋଫାଇଲ ନାଁ
ନୂଆଦିଲ୍ଲୀ: ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି ପାଣ୍ଡୋରା ପେପର୍ସ ତଥ୍ୟ । ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତି ହାତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି । ୧୯୯୬ରୁ ୨୦୨୦ ମଧ୍ୟରେ ଟ୍ୟାକ୍ସ ଠକେଇ ପାଇଁ ବେଆଇନ୍ ଅର୍ଥ କାରବାର ହୋଇଛି । ଏମାନଙ୍କ ମଧ୍ୟରେ ୩୩୦ ରାଜନେତା ଓ ୧୩୦ ଫୋବର୍ସ ବିଲିଓନାୟାର ଅଛନ୍ତି ।
ଅନ୍ତଜାତୀୟ ସଂସ୍ଥା ବିବିସି, ଦ ଗାର୍ଡିଆନ, ଭାରତର ଇଣ୍ଡିଆନ ଏକ୍ସପ୍ରେସ ସମେତ ବିଶ୍ୱର ୧୫୦ଟି ମିଡିଆ ସଂସ୍ଥା ଏହି ତଦନ୍ତ କରି ଏହି ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ବେଳେ ପାଖାପାଖି ୧୧.୩୩ ମିଲିୟନ ଅତି ଗୋପନୀୟ ଦସ୍ତାବିଜକୁ ନୀରିକ୍ଷଣ କରିଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ‘ଗୁପ୍ତ ଡକ୍ୟୁମେଣ୍ଟ ତାଲିକାରେ ଭାରତୀୟ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ପପ୍ ମ୍ୟୁଜିକ୍ ତାରକା ଶାକିରା, ସୁପରମୋଡେଲ୍ କ୍ଲାଉଡିଆ ଶିଫର୍ ଏବଂ ଇଟାଲୀୟ ମାଓବାଦୀ ‘ଲେନ୍ ଦି ଫ୍ୟାଟ୍ ୱାନ୍’ ଭାବରେ ଜଣାଶୁଣା ।
ଏହି ଅନୁଯାୟୀ, ‘ସଚିନ ତେନ୍ଦୁଲକରଙ୍କ ପରାମର୍ଶଦାତା ଦର୍ଶାଇଛନ୍ତି ଯେ ତାଙ୍କର ପୁଞ୍ଜି ବିନିଯୋଗ ବୈଧ ହୋଇଛି । ଟିକସ କର୍ତ୍ତୃପକ୍ଷଙ୍କୁ ଏହା ଜଣାଇ ଦିଆଯାଇଛି । ଶାକିରାଙ୍କ ଓକିଲ କହିଛନ୍ତି ଯେ ତାଙ୍କ କମ୍ପାନୀଗୁଡିକ କହିବାକୁ ଗଲେ ସେମାନଙ୍କର କମ୍ପାନୀଗୁଡିକ କୌଣସି ଟ୍ୟାକ୍ସ ସୁବିଧା ପାଇନାହାଁନ୍ତି । ଏଥି ସହିତ ଶିଫରଙ୍କ ଓକିଲ କହିଛନ୍ତି ଯେ ସେ ବ୍ରିଟେନରେ ଟିକସ ଜମା କରିଛନ୍ତି । ସେମାନଙ୍କ ସମ୍ପତ୍ତି ସହ ଜଡିତ ତଥ୍ୟ ଲୁଚାଉଥିବା ରାଜନେତାଙ୍କ ସଂଖ୍ୟାରେ ପାକିସ୍ତାନ ସପ୍ତମ ଏବଂ ଭାରତ ଷଷ୍ଠ ସ୍ଥାନରେ ରହିଛି ।
ପାଣ୍ଡୋରା ପୂର୍ବରୁ ୫ ବର୍ଷ ତଳେ ଅର୍ଥାତ ୨୦୧୬ରେ ପ୍ରଥମ ଥର ପାଇଁ ପାନାମା ପେପର୍ସ ଲିିକ୍ ହୋଇଥିଲା । ବଡ ବଡ ଲୋକ ଏବଂ କମ୍ପାନୀଙ୍କର ଟିକସ ଚୋରି ଏହି ପେପର୍ସ ଜରିଆରେ ସାମ୍ନାକୁ ଆସିଥିଲା । ସେଲ କମ୍ପାନୀ ବା ବେନାମୀ କମ୍ପାନୀ ଜରିଆରେ ଏହି ବେଆଇନ ନେଣ ଦେଣ କରି ଟିକସ ଚୋରୀ ହୁଏ । ପାନାମାର କମ୍ପାନୀ ମୋସାକ ଫୋନସେକା ଏହି ବେଆଇନ କାରବାରକୁ ସହଯୋଗ କରୁଥିଲା । ଏହି ପାନାମା ପେପର ଲିକ ପାଇଁ ପାନାମା ଦେଶ ମଧ୍ୟ ବଦନାମ ହୋଇଛି ।