ପଦାରେ ପଡ଼ିଲା ରାଜସ୍ଥାନରେ କଂଗ୍ରେସ କନ୍ଦଳ ,ଜନସଭାରେ ଗେହଲଟ ସରକାରଙ୍କୁ ଟାର୍ଗେଟ କରିଲେ ପାଇଲଟ

ରାଜସ୍ଥାନ :  ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ରାଜନୀତି ସରଗରମ । ବିଭିନ୍ନ ରାଜନୈତିକ ଦଳ ବେଶ୍ ସକ୍ରୀୟ ହୋଇଥିବା ବେଳେ ରାଜସ୍ଥାନ କଂଗ୍ରେସ କନ୍ଦଳ ପଦାରେ ପଡ଼ିଛି । ନିର୍ବାଚନ ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସାରା ରାଜ୍ୟରେ ଜନସଭା କରି ଜନତାକୁ ସମ୍ବୋଧିତ କରୁଥିବା ବେଳେ ରାଜସ୍ଥାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶିକ୍ଷକ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ଗତକାଲି ଗେହଲଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପାଇଲଟ । ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଛୋଟ ଛୋଟ ଅଧିକାରୀଙ୍କୁ ବଦଳି କରି ବାଃ ବାଃ ନ ନେଇ ବଡ଼ ମାଛକୁ ଧରିବାକୁ ପାଇଲଟ କହିଥିଲେ । ସଚିନଙ୍କ ଏହି ତେରାଛା ବାଣ ପରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ସପ୍ତାହେ ତଳେ ଗେହଲଟ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ବେଳେ ପାଇଲଟଙ୍କୁ ଗଦ୍ଦାର ଆକ୍ଷା ଦେଇଥିଲେ । ଏହାସହ ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ରାଜସ୍ଥାନରେ ପୁଣି କଂଗ୍ରେସର ଅନ୍ତ କନ୍ଦଳ ପଦାରେ ପଡ଼ିଛି ।