ସିଡବ୍ଲୁସିରେ ସ୍ଥାନ ପାଇଲେ ସଚିନ ପାଇଲଟ୍

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି ବା ସିଡବ୍ଲୁସିରେ ସ୍ଥାନ ପାଇଲେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ଗଠିତ ହୋଇଛି । ୩୯ ଜଣିଆ କମିଟିରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର, ଦୀପାଦାସ ମୁନସୀ, ସୟିଦ ନାସେର ହୁସେନ ସ୍ଥାନ ପାଇଛନ୍ତି । ସଚିନଙ୍କୁ କୌଣସି ଏକ ପ୍ରମୁଖ ରାଜ୍ୟର ଦାୟିତ୍ବ ଦିଆଯିବା ସମ୍ଭାବନା ରହିଛି । କମିଟିରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଜୟରାମ ରମେଶ, ଅଧୀର ରଞ୍ଜନ ଚୌଧୁରୀ, ଏ.କେ. ଆଣ୍ଟୋନି, ଅମ୍ବିକା ସୋନି, ରଣଦୀପ ସୂର୍ଯେଓ୍ବାଲା, ଗୋରବ ଗୋଗୋଇ ପ୍ରମୁଖ ସ୍ଥାନ ପାଇଛନ୍ତି । ସ୍ଥାୟୀ ପ୍ରତିନିଧି ଭାବେ ସାମିଲ ୩୨ ନେତା ।