spot_img

Latest Posts

ତୃତୀୟ ସପ୍ତାହରେ ପୁଷ୍କରା, ହଲ୍‌ ମାଲିକଙ୍କୁ ଧନ୍ୟବାଦ ଦେଲେ ସବ୍ୟସାଚୀ

ଭୁବନେଶ୍ବର: ଓଡ଼ିଶାର ସବୁ ହଲ୍, ହଲ୍ ମାଲିକ ଓ ହଲ୍ କର୍ମଚାରୀଙ୍କୁ ଧନ୍ୟବାଦ ଦେଲେ ଅଭିନେତା ସବ୍ୟସାଚୀ ମହାପାତ୍ର । ଓଡିଆ ଫିଲ୍ମକୁ ହଲ୍‌ରେ ସ୍ଥାନ ମିଳୁନଥିବା ବେଳେ ପୁଷ୍କରା ଉପରେ ଭରସା ରଖି ବଡ଼ ବଡ଼ ହିନ୍ଦୀ ସିନେମା ଭିତରେ ସ୍ଥାନ ମିଳିଥିବାରୁ ଖୁସି ଜାହିର କରିଛନ୍ତି ସବ୍ୟସାଚୀ  । ଆଉ ପୁଷ୍କରା ଜିତି ଚାଲିଲା ଦର୍ଶକଙ୍କ ହୃଦୟ।ଦର୍ଶକଙ୍କୁ ଆନ୍ତରିକ ଧନ୍ୟବାଦ୍ ଯେ ୧୩ ଦିନ ଧରି ପ୍ରାୟ ସବୁ ସୋ କୁ HOUSE FULL କରି ଓଡ଼ିଆ ସିନେମାର ଶୁଖିଲା ମରୁଭୂମି ରେ ନୂଆ ସମୁଦ୍ରର ଜୁଆର ଆଣିଦେଲେ।

ସବ୍ୟସାଚୀ ଆହୁରି କହିଛନ୍ତି ଯେ ‘ମୋ ପ୍ରାର୍ଥନା ଆଗକୁ ଆହୁରି ଜୋର୍ ଧରୁ ପୁଷ୍କରାର ଗତି,କାରଣ ଆରମ୍ଭ ହଉଚି ପୁଷ୍କରାର ତୃତୀୟ ସପ୍ତାହ। ମାତ୍ର କିଛି ଦିନରେ ଓଡ଼ିଶା ବାହାରେ,ଭାରତ ର ପ୍ରାୟ ସବୁ ପ୍ରମୁଖ ସହରରେ ମଧ୍ୟ ମୁକ୍ତି ଲାଭ କରିବା ପାଇଁ ସବୁ ବ୍ୟବସ୍ଥା ହେଉଛି। ହଲ୍ କୁ ଆସି ନିଶ୍ଚୟ ଦେଖନ୍ତୁ ପୁଷ୍କରା । ଓଡ଼ିଆ କାହାଣୀ ଓ ଓଡ଼ିଆ ସିନେମା ଆହୁରି ଆଗକୁ ଯାଉ। ଆପଣଙ୍କ ମାଧ୍ୟମରେ ଏହି ବାର୍ତ୍ତା ପହଞ୍ଚାଇବାକୁ ଚାହେଁ ପ୍ରତି ଓଡ଼ିଆଙ୍କ ପାଖରେ’।

Latest Posts

Don't Miss