ବିଶ୍ବକପ କ୍ରିକେଟରେ ବଢୁଛି ରୋମାଞ୍ଚ: ଆଜି ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡସ ମୁକାବିଲା

ନୂଆଦିଲ୍ଲୀ : କ୍ରିକେଟ ବିଶ୍ବକପରେ ଆଜି ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡସ ମୁକାବିଲା । ବିଶ୍ବକପରେ ୧୫ ତମ ମ୍ୟାଚରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଭେଟିବ ନେଦରଲ୍ୟାଣ୍ଡସ । ଧର୍ମଶାଳାର ହିମାଚଳପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଅପରାହ୍ଣ ୨ଟାରେ ଖେଳାଯିବ ମ୍ୟାଚ ।
ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା ଦୁଇଟି ମ୍ୟାଚ ଖେଳି ଅପରାଜୟ ଥିବାବେଳେ ନେଦରଲ୍ୟାଣ୍ଡସ ଏଯାଏଁ ନିଜର ଖାତା ଖୋଲିପାରି ନାହିଁ । ସ୍କଟ ଏଡଓ୍ବାର୍ଡଙ୍କ ନେତୃତ୍ବରେ ନେଦରଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇ ନିଜ ଖାତା ଖୋଲିବା ଚକ୍କରରେ ରହିଛି । ସେପଟେ ଚଳିତ ବର୍ଷ ଭଲ ଫର୍ମରେ ରହିଛି ଦକ୍ଷିଣ ଆଫ୍ରିକା । ଦଳର ନେଟ ରନ ରେଟ ବି ଭଲ ଥିବାରୁ ତୃତୀୟ ମ୍ୟାଚରେ ନେଦରଲାଣ୍ଡସକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷକୁ ଯିବାକୁ ଚେଷ୍ଟା କରିବ ।