ପାକିସ୍ତାନ ବିରୋଧରେ ଆହୁରି କଠୋର ଶଦ୍ଦ ବ୍ୟବହାର କରିପାରିବି: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍. ଜୟଶଙ୍କର। ଅଷ୍ଟ୍ରେରିଆ ଗସ୍ତରେ ଥିବା ଜୟଶଙ୍କର ସିଧାସଳଖ ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ମୁଁ ଆତଙ୍କବାଦର ପ୍ରୋତ୍ସାହନକାରୀ ପାକିସ୍ତାନ ବିରୋଧରେ ଆହୁରି କଠୋର ଶଦ୍ଦ ବ୍ୟବହାର କରିପାରିବି। ସୀମାରେ ଆତଙ୍କବାଦ ବ୍ୟାପିବା ପଛରେ ପାକିସ୍ତାନର ହାତ ରହିଛି । ବିଶ୍ୱର ସମସ୍ତ ଦେଶଙ୍କୁ ପାକିସ୍ତାନ ଠାରୁ ସର୍ତକ ରହିବାକୁ କହିଛନ୍ତି। ଖୁଲମଖୁଲା ଆତଙ୍କରାଜ ଚଳାଇଛି ପାକିସ୍ତାନ ।

ସୂଚନାଯୋଗ୍ୟ ଯେ, ସୋମବାର ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀଙ୍କ ସହିତ ଏକ ସଭାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିନା ପାକିସ୍ତାନର ନାମ ନେଇ କହିଥିଲେ ଯେ, ଆତଙ୍କବାଦର କେନ୍ଦ୍ରବିନ୍ଦୁ ପାଲଟିଛି ପାକିସ୍ତାନ । ଯାହାପରେ ଅଷ୍ଟ୍ରିଆର ନ୍ୟାସନାଲ ବ୍ରଡକାଷ୍ଟର ଓଆରଏଫକୁ ଦେଇଥିବା ସାକ୍ଷାତକାରରେ ଜୟଶଙ୍କରଙ୍କୁ ପାକିସ୍ତାନକୁ ନେଇ ସେ କହିଥିବା କଥା ଉପରେ ସାମ୍ୱାଦିକମାନେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଜୟଶଙ୍କର କହିଥିଲେ ଯେ, ପାକିସ୍ତାନ ପାଇଁ ସେ ଆହୁରୀ କଠୋର ଶଦ୍ଦ ବ୍ୟବହରା କରିପାରିବେ । ଭାରତ ଉପରେ ଯେତେବି ଆତଙ୍କବାଦୀ ଆକ୍ରମଣ ହୋଇଛି ସେ ସବୁ ପାକିସ୍ତାନ ହିଁ ଘଟାଇଛି ।