ଋଷ ଠାରୁ ଶସ୍ତାରେ ତେଲ କିଣିବା ନେଇ ରାଜ୍ୟସଭାରେ କଣ କହିଲେ ବୈଦେଶିକ ମନ୍ତ୍ରୀ

India What Will Do If Russia Invades Ukraine

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷ ଆକ୍ରମଣ ପରେ ଆମେରିକା ସମେତ ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛି । ଯଦିଓ ଭାରତ ଋଷ ସହ ବ୍ୟାପାର ଜାରି ରଖିବାକୁ ଅନ୍ୟ ଏକ ବିକଳ୍ପ ଉପରେ ବିଚାର କରୁଛି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଦିନ ରାଜ୍ୟସଭାରେ ଋଷ ସହ ଟଙ୍କା ଏବଂ ରୁବେଲରେ ବ୍ୟାପାର କରିବାର ସମ୍ଭାବନାକୁ ନେଇ ନିରପକ୍ଷ ରହିଛନ୍ତି । ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ମନ୍ତ୍ରୀ ଏସ ଜୟଶଙ୍କର ୟୁକ୍ରେନ ଓ ଋଷ ଉପରେ ଭାରତର ମନୋଭାବ ବା ପକ୍ଷକୁ ନେଇ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି । ଆମେରିକାର ରାଷ୍ଟ୍ରପତି ବାଇଡେନ ଋଷ ଉପରେ ଭାରତର ମନୋଭାବକୁ ନେଇ ଅସନ୍ତୁଷ୍ଟ ଥିବା କଥା କହିଥିଲେ । ଏହାର ଉତ୍ତରରେ ଏସ ଜୟଶଙ୍କର କହିଥିଲେ ଯେ ଭାରତର ପକ୍ଷ ସବୁବେଳେ ଶାନ୍ତି ଆଡ଼କୁ । ଏବଂ ବିଦେଶ ନୀତି ସହ ଜଡ଼ିତ ନିଷ୍ପତ୍ତି ରାଷ୍ଟ୍ରର ହୀତ ପାଇଁ ରହିଥାଏ ।

ସିରୋମଣି ଅକାଳି ଦଳର ସାଂସଦ ନରେଶ ଗୁଜରାଲ ଋଷ ଉପରେ ପଶ୍ଚିମୀ ଦେଶଗୁଡ଼ିକର ପ୍ରତିବନ୍ଧକ ମଧ୍ୟରେ ଋଷରୁ ରିହାତିରେ ମିଳୁଥିବା ତେଲକୁ ନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଏସ ଜୟଶଙ୍କର କହିଥିଲେ ଯେ, ଋଷ ସହ ବ୍ୟାପାରକୁ ନେଇ ଆସୁଥିବା ଅସୁବିଧାକୁ ଦେଖି ସରକାର ଏହାର ବିକଳ୍ପ ଉପରେ ଆଲୋଚନା କରୁଛନ୍ତି ।

ଏସ ଜୟଶଙ୍କର କହିଛନ୍ତି ଯେ, ଭାରତ ଋଷ ଠାରୁ ବହୁତ କମ୍ ପରିମାଣର ତେଲ ଆମଦାନୀ କରିଥାଏ ଏହା ଆମର ସମ୍ପୂର୍ଣ୍ଣ ଆମଦାନୀର ଗୋଟିଏ ପ୍ରତିଶତରୁ ବି କମ୍ । ଭାରତ ତୁଳନାରେ ଅନ୍ୟଦେଶଗୁଡ଼ିକ  ୧୦ରୁ ୨୦ଗୁଣା ତେଲ ଋଷରୁ ଆମଦାନୀ କରିଥାନ୍ତି ।

ଆରଜେଡ଼ିର ମନୋଜ ଝା ପ୍ରଶ୍ନ କରିଥିଲେ ଯେ, ୧୯୪୭ରୁ କ୍ଷେତ୍ରୀୟ ଅଖଣ୍ଡତା ଏବଂ ସର୍ବଭମତ୍ୱର ଉଲ୍ଲଂଘନକୁ ନେଇ ଆମର ଶକ୍ତ ନୀତି ରହିଛି । କଣ  ଋଷ – ଯୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆମେ ପୁରୁଣା ନୀତିକୁ ବଜାୟ ରଖିବା ।

ଏହାର ଉତ୍ତରରେ ଜୟଶଙ୍କର କହିଥିଲେ ଯେ,ଋଷ ୟୁକ୍ରେନ ସଙ୍କଟ ଆମ ସମସ୍ୟା ନୁହେଁ ବରଂ ଆମେ ଶାନ୍ତିର ସମର୍ଥକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭ୍ଲାଦିମିର ପୁତିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦୁଇଥର ଆଲୋଚନା କରିଛନ୍ତି । ଆମେ ଭାରତୀୟ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଆଣିବା ପ୍ରସଙ୍ଗ ଉଠାଇଛୁ । ସେତେବେଳେ ଏହା ବଡ଼ ପ୍ରସଙ୍ଗ ଥିଲା ଏହାସହ ଆମେ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଚେଷ୍ଟା କରୁଥିଲୁ । ଅନେକ ଦେଶ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଆମେ ମଧ୍ୟ ଏହି କଥାକୁ ସ୍ପଷ୍ଟ ଭାବରେ କହିଛୁ ।