ଟିମ୍ ଇଣ୍ଡିଆକୁ ଝଟକା, ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ପଡ଼ିଲେ ଋତୁରାଜ୍

1 min read

ଧର୍ମଶାଳା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି ଟି-୨୦ ସିରିଜ୍ । ଏହି ତିନିଟିକିଆ ସିରିଜର ଆଜି ଦ୍ୱିତୀୟ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ତେବେ ଦ୍ୱିତୀୟ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ପ୍ରଥମ ଟି-୨୦ରେ ଖେଳାପାରିନଥିଲେ ଋତୁରାଜ ଗାଇକ୍ୱେଡ । ତେବେ ଏହି ଆଘାତ କାରଣରୁ ଶେଷ ଦୁଇ ଟି-୨୦ରୁ ଦଳରୁ ବାଦ୍ ପଡ଼ିଛନ୍ତି ଋତୁରାଜ୍ ଗାଇକ୍ୱେଡ ।

ବିସିସିଆଇ ଦ୍ୱାରା ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି କି ଆଘାତ କାରଣରୁ ଋତୁରାଜଙ୍କ MRI SCAN ହୋଇଥିଲା । ଏହା ପରେ ତାଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀ ପଠାଇ ଦିଆଯାଇଛି । ଯୁବ ଓପନର ଋତୁରାଜ ଗାଇକ୍ୱେଡଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ୱାଲ । ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଛି ଖେଳାଳି କରୋନାରେ ଆକ୍ରାନ୍ତ ହେବା ପରେ ମୟଙ୍କ ଅଗ୍ରଓ୍ୱାଲଙ୍କୁ ଦଳକୁ ଆସିଥିଲେ । ମୟଙ୍କ ଅଗ୍ରଓ୍ୱାଲ ଏବେ ଚଣ୍ଡିଗଡ଼ରେ ଭାରତୀୟ ଟେଷ୍ଟ ଦଳ ସହ ଆଇସୋଲେସନରେ ରହିଛନ୍ତି । ୨୬ ବର୍ଷିୟ ଋତୁରାଜ ଗତ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ । ଦମଦାର ପ୍ରଦର୍ଶନ ଫଳରେ ଭାରତୀୟ ଟି-୨୦ ଦଳରେ ତାଙ୍କୁ ସୁଯୋଗ ମିଳିଥିଲା ।

 

Leave a Reply