ଥମିବାରେ ନାଁ ନେଉନି ଯୁଦ୍ଧ, ତୃତୀୟ ଆଣବିକ କାରଖାନା ଦଖଲ ପାଇଁ ଋଷର ମେଗା ମିଶନ

1 min read

କିଭ୍: ୟୁକ୍ରେନର ତୃତୀୟ ଆଣବିକ କାରଖାନା ଦଖଲ ପାଇଁ ଦୁର୍ଦ୍ଧଷ ଋଷ ସୈନ୍ୟଙ୍କ ମେଗା ମିଶନ । ସଶସ୍ତ୍ର ବାହିନୀ, ଟ୍ୟାଙ୍କ ସହ ମାଡି ଚାଲିଛନ୍ତି ଆଗକୁ । ଚେର୍ଣ୍ଣୋବିଲକୁ ପ୍ରଥମେ ଋଷୀୟ ସୈନ୍ୟ କବଜା କରିଥିବା ବେଳେ ୟୁରୋପର ସର୍ବବୃହତ ଆଣବିକ କାରଖାନା ଜୋପୋରିଜିଆ ପ୍ଲାଣ୍ଟକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ପ୍ରଥମେ ଏହାକୁ ଋଷ କବଜା କରିଥିବା କୁହାଯାଉଥିବା ବେଳେ, ପୁଣି ଏହାକୁ ନିଜ ଅଧୀନକୁ ଆଣିଥିବା ଦାବି କରିଥିଲା ୟୁକ୍ରେନ ।

ସେପଟେ ଋଷ ସୈନ୍ୟଙ୍କ ମୁକାବିଲା କରିବା ପାଇଁ ୟୁକ୍ରେନରେ ଗଠିତ ହୋଇଛି ଟେରିଟୋରିଆଲ ଡିଫେନ୍ସ ଫୋର୍ସ । ଏଥିରେ ଏକ ଲକ୍ଷରୁ ଅଧିକ ନାଗରିକ ସାମିଲ ହୋଇଛନ୍ତି । ୟୁକ୍ରେନକୁ ପୋଲାଣ୍ଡ MiG-29 ଓ Su-25 ବିମାନ ବିଧ୍ବଂସୀ ଏୟାରକ୍ରାଫ୍ଟ ଦେବାର ସମ୍ଭାବନା ଉଜ୍ବଳ ହୋଇଛି । ଋଷୀୟ ଯୁଦ୍ଧବନ୍ଦୀଙ୍କ ଲାଗି ୟୁକ୍ରେନ କ୍ୟାମ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି । ଅନ୍ୟପକ୍ଷରେ ଯୁଦ୍ଧସ୍ଥିତି ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେପଟେ ତୁରନ୍ତ ଋଷ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଆମେରିକା ଓ ବ୍ରିଟେନ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି । ଋଷ ମଧ୍ୟକୁ ବିମାନ ଚଳାଚଳ ବାତିଲ କରିଛି ଆଜରବୈଜାନ ଏୟାରଲାଇନ୍ସ । ଏହାସହ ଋଷରେ ସେବା ବାତିଲ କରିଛନ୍ତି ଭିସା ଓ ମାଷ୍ଟରକାର୍ଡ ।

Leave a Reply