ଋଷର ୨ୟ ଭ୍ୟାକ୍ସିନ୍ : Sputnik5 ପରେ ଆସିଲା EPiVaCorona ଭ୍ୟାକ୍ସିନ୍, ଜାଣନ୍ତୁ କେବେ ଅନ୍ୟ ଦେଶକୁ ମିଳିବ ଏହି ଭ୍ୟାକ୍ସିନ୍…….

1 min read

ନୂଆଦିଲ୍ଲୀ : ଗଲା ଆଗଷ୍ଟ ୧୧ରେ ଋଷ୍ କରୋନା ସଂକ୍ରମଣ ରୋକିବା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବା କଥା କହିଥିଲା । ଯଦି ଋଷର ଏହି ଦାବିକୁ ସତ ବୋଲି ବିଚାର କରାଯାଏ ତେବେ ବିଶ୍ୱରେ ପ୍ରଥମ ଦେଶ ଭାବେ ଋଷ ଏଭଳି କରିବାରେ ସମର୍ଥ ହୋଇଛି । ତେବେ ଏବେ ଋଷ ଆହୁରି ଏକ ଚାଞ୍ଚଲ୍ୟକର ଖବର ଦେଇଛି । ଋଷ ନିଜର ୨ୟ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ନେଇ ଘୋଷଣା କରିଛି । ପ୍ରଥମ ଭ୍ୟାକ୍ସିନ୍ ନାମ ଥିଲା Sputnik5 ରହିଛି ।

ତେବେ ଏବେ ପ୍ରସ୍ତୁତ କରାଯାଇଥିବା ଭ୍ୟାକ୍ସିନର ନାମ EpiVacCorona ରଖାଯାଇଛି ବୋଲି ଋଷ୍ ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ଭ୍ୟାକ୍ସିନକୁ ଶରୀରରେ ଦୁଇ ଥର ପ୍ରୟୋଗ କରିବାକୁ ପଡ଼ିବ । ପ୍ରଥମ ପ୍ରୟୋଗର ୧୪ରୁ ୨୧ ଦିନ ମଧ୍ୟରେ ଶରୀର ପ୍ରତିକ୍ରିୟାକୁ ଲକ୍ଷ୍ୟ କରି ୨ୟ ଥର ପ୍ରୟୋଗ କରାଯିବ । ଏଭଳି ହେବା ଦ୍ୱାରା ଶରୀର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇବ ନାହିଁ ବୋଲି ଋଷ୍ ଦାବି କରିଛି । ଅକ୍ଟୋବର ସୁଦ୍ଧା ଏହାକୁ  ପଂଜିକୃତ କରାଯିବା ସହ ନଭେମ୍ୱରରେ ଏହା ବହୁ ସଂଖ୍ୟାରେ ପ୍ରସ୍ତୁତ ହୋଇ ଟିକାକରଣ କରାଯିବ ।

ଦେଶର ପ୍ରମୁଖ ରିସର୍ଚ୍ଚ ସେଣ୍ଟର ୧୩ଟି ସମ୍ଭାବିତ ଭ୍ୟାକ୍ସିନ ଉପରେ କାର୍ଯ୍ୟ କରୁଥିଲା ତନ୍ମଧ୍ୟରୁ ଏହି ଦୁଇଟି ଭ୍ୟାକ୍ସନ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି ବୋଲି ଋଷ ପକ୍ଷରୁ ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପ୍ରସ୍ତୁତ କରି ସର୍ବସାଧାରଣ କରାଯାଇଥିବା(Sputnik5) ଭ୍ୟାକ୍ସିନର ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ତେବେ ନୂଆ ଭ୍ୟାକ୍ସିନକୁ ଲଗାଇବା ଦ୍ୱାରା ଏହି ପାର୍ଶ୍ୱ ପ୍ରତିକ୍ରିୟାଜନିତ ସମସ୍ୟାର ମଧ୍ୟ ସମାଧାନ ହେବ ବୋଲି କୁହାଯାଇଛି ।

ଋଷ୍ ଭ୍ୟାକ୍ସିନ ପ୍ରସ୍ତୁତି ନେଇ ଜୋରସୋରରେ କାମ କରୁଥିବା ହେତୁ, ନିଜ ଦେଶରେ ଥିବା ଭ୍ୟାକ୍ସିନ ଚାହିଦାକୁ ସରକାର ମେଣ୍ଟାଇବାରେ ସମର୍ଥ ହେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏବେ ପ୍ରଥମ ଭ୍ୟାକ୍ସିନ୍ Sputnik5କୁ ବଜାରରେ ଆବଶ୍ୟକୀୟ ସଂଖ୍ୟାରେ ଉପଲବ୍ଧ କରିବା ପାଇଁ ଋଷ ପ୍ରଚେଷ୍ଟା କରୁଛି । ଅନ୍ୟପକ୍ଷରେ ଦେଶର ଚାହିଦା ମେଣ୍ଟିଲେ ଅନ୍ୟ ଦେଶକୁ ଭ୍ୟାକ୍ସିନ ଦିଆଯିବ ବୋଲି ମଧ୍ୟ ବିଚାର କରାଯାଇଛି ।

Leave a Reply