spot_img

Latest Posts

ୟୁକ୍ରେନ ଉପରେ ପୁଣି ଆକ୍ରମଣ କଲା ଋଷ

କିବ: କ୍ରେମଲିନ ଉପରେ ଡ୍ରୋନ ହମଲା ପରେ ୟୁକ୍ରେନ ଉପରେ ଆଟାକ ଜୋରଦାର କରିଛି ଋଷ। ଖେରସନର ସୁପରମାର୍କେଟ ଓ ରେଳ ଷ୍ଟେସନ ଉପରେ ରକେଟ ହମଲାରେ ୨୧ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦ଜଣ ଆହତ ହୋଇଛନ୍ତି । ରାଜଧାନୀ କିବରେ ମଧ୍ୟ ଲଗାତାର ବିସ୍ଫୋରଣ ଜାରି ରହିଛି । ପୁରା ସହରରେ ଏୟାର ରେଡ ଆଲର୍ଟ ଜାରି କରାଯାଇଛି।

ଗତକାଲି କ୍ରେମଲିନ ଉପରେ ଡ୍ରୋନ ଉଡାଣକୁ ନେଇ ଋଷ ଓ ୟୁକ୍ରେନ ମଧ୍ୟରେ ବଢିଛି ବିବାଦ। ହେଲେ ଋଷ ଉପରେ ଡ୍ରୋନ ଉଡିବା ଘଟଣା ନୂଆ ନୁହେଁ। ଗତମାସରେ କିରେଭସ୍କ ସହର ଉପରେ ଉଡୁଥିବା ଏକ ଡ୍ରୋନକୁ ଖସାଇ ଦିଆଯାଇଥିଲା। ଗତ ଫେବ୍ରୁଆରୀରେ ମସ୍କୋଠାରୁ ୧୦୦ କିଲୋମିଟର ଦୂର ଗୁବସ୍ତୋଭୋ ସହର ଉପରେ ଉଡୁଥିବା ଏକ ଡ୍ରୋନକୁ ବି ଖସାଇଥିଲେ ମସ୍କୋବାହିନୀ।

ସେହିପରି ଗତବର୍ଷ ଡିସେମ୍ବରରେ ୟୁକ୍ରେନ ସୀମାରେ ଋଷର ଏକ ସାମରିକ ଘାଟିରେ ଏକ ଡ୍ରୋନ ଆକ୍ରମଣ ହୋଇଥିଲା। ଗତ ଜାନୁଆରୀରୁ ଆଜି ଯାଏ ଋଷର ବିଭିନ୍ନ ଅଞ୍ଚଳ ଓ ଅଧିକୃତ ଇଲାକାରେ ୨୦ଟି ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗତ କିଛି ମାସ ତଳେ ୟୁକ୍ରେନକୁ ତୁର୍କୀ ଅତ୍ୟାଧୁନିକ ବେରାକତାର TB2 ଆର୍ମଡ ଡ୍ରୋନ ବିକ୍ରି କରିଛି।

Latest Posts

Don't Miss