କିବରେ ଭାରତୀୟ କମ୍ପାନୀ ଉପରେ ଋଷର ମିଜାଇଲ ମାଡ଼

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଉପରେ ପୁଣି ଋଷର ବଡଧରଣର ହମଲା । କିବସ୍ଥିତ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର ଉପରେ ହୋଇଛି ଆଟାକ । କମ୍ପାନୀର ଏକ ପଣ୍ୟାଗାର ଉପରେ ଋଷର ଏକ ମିସାଇଲ ମାଡ ହୋଇଥିବା ସୂଚନା ମିଳିଛି । ଭାରତ ସହ ଋଷର ସୁସମ୍ପର୍କ ସତ୍ତ୍ବେ ଏହି ଆକ୍ରମଣକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ସେପଟେ ମସ୍କୋ ଜାଣିଶୁଣି ଏହି ଆକ୍ରମଣ କରିଛି ବୋଲି କହିଛି ନୂଆଦିଲ୍ଲୀସ୍ଥିତ ୟୁକ୍ରେନ ଦୂତାବାସ । ଭାରତର ଏକ ପ୍ରମୁଖ ଫାର୍ମାସ୍ୟୁଟିକାଲ କମ୍ପାନୀ କୁସୁମର ଏକ ପଣ୍ୟାଗାର ଉପରେ ଆକ୍ରମଣ ହୋଇଛି । ସେପଟେ ଏହି ଆକ୍ରମଣ ପ୍ରସଙ୍ଗରେ ଭରତ ଓ ଋଷ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇନାହିଁ । ସେପଟେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ପାଲଟା ଅଭିଯୋଗ ଅନୁସାରେ ଦୁଇ ଦିନ ମଧ୍ୟରେ ଋଷର ବିଭିନ୍ନ ଶକ୍ତି ଭିତ୍ତିଭୂମି ଉପରେ ୟୁକ୍ରେନ ପକ୍ଷରୁ ୫ଟି ଆକ୍ରମଣ କରାଯାଇଛି ।