ୟୁକ୍ରେନ୍ ରାଜଧାନୀ କିଏଭରେ ଋଷ ସେନାର ଆକ୍ରମଣ, ଜବାବରେ ନାଟୋ ମୁତୟନ କଲା ୧୦୦ ଲଢ଼ୁଆ ବିମାନ
1 min readକିଏଭ୍: ଆକ୍ରମଣ କରି ଆଗକୁ ବଢ଼ୁଛି ଋଷ । ଋଷ ସେନା ୟୁକ୍ରେନ୍ ରାଜଧାନୀ ଉପରେ ଆକ୍ରମଣ କରିଛି । ୟୁକ୍ରେନର ସହର ଓଡ଼େଶା ଉପରେ ଆକ୍ରମଣ ପରେ ଉତ୍ତର କିଏଭରେ ଋଷ ସେନା ପଶିଛି । ଋଷ ସୈନ୍ୟ ପ୍ରାୟ ୩୦ଟି ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ କେବଳ ଓଡ଼େଶା ଉପକୂଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଋଷର ୨ଟି ହେଲିକପ୍ଟରକୁ ଗୋଷ୍ଟେମେଲରେ ଖସାଇ ଦେଇଥିବା ୟୁକ୍ରେନ୍ ଦାବି କରିଛି ।
ଅନ୍ୟପଟେ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ (NATO) ୟୁକ୍ରେନ୍ ଛାଡ଼ି ଚାଲିଯିବାକୁ ଋଷକୁ ଚେତାବନୀ ଦେଇଛି । ଅନ୍ତର୍ଜାତୀୟ ନିୟମ ମାନି ଋଷ ପ୍ରତ୍ୟାବର୍ତ୍ତନ କରୁ । ୟୁକ୍ରେନ୍ ଉପରେ ନିଜ ବଳପ୍ରୟୋଗ ନକରୁ । ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ବ୍ୟର୍ଥ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍ଟେନବର୍ଗ ।
ୟୁକ୍ରେନ୍ ସୁରକ୍ଷା ପାଇଁ ନାଟୋ ୧୦୦ରୁ ଅଧିକ ଲଢ଼ୁଆ ବିମାନ ସହ ସମୁଦ୍ରରେ ୧୨୦ରୁ ଅଧିକ ନୌ ଜାହାଜକୁ ପ୍ରସ୍ତୁତ କରି ରଖିଛି । ସହଯୋଗୀଙ୍କୁ ବଞ୍ଚାଇବା ଲାଗି ଯାହା ଆବଶ୍ୟକ କରିବୁ ବୋଲି କହିଛନ୍ତି ନାଟୋ ମହାସଚିବ । ଋଷ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ସହ ୟୁକ୍ରେନ୍ ଉପରେ ଆକ୍ରମଣ ନ କରିବା ଲାଗି କହିଛନ୍ତି ନାଟୋ ମହାସଚିବ ।