ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ

ନୂଆଦିଲ୍ଲୀ: ଆଜିଠୁ ୨ଦିନିଆ ଭାରତ ଗସ୍ତରେ ଆସିବେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ । ଏନେଇ ସୂଚନା ଦେଇଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତକୁ ପ୍ରଥମଥର ପାଇଁ ଋଷର ଉଚ୍ଚସ୍ତରୀୟ ଅଧିକାରୀ ଗସ୍ତ କରୁଛନ୍ତି । ଭାରତ ପୂର୍ବରୁ ଚୀନକୁ ୨ଦିନିଆ ଗସ୍ତରେ ଯାଇଥିଲେ ସର୍ଗି ଲାଭ୍ରୋଭ ।

ଚୀନ୍ ଗସ୍ତ ସାରି ଆଜି ସେ ଭାରତରେ ପହଞ୍ଚିବେ । ତାଙ୍କ ସହିତ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଡାଲିପ ସିଂ ଏବଂ ବୈଦେଶିକ ସଚିବ ଲିଜ ଟ୍ରସ ମଧ୍ୟ ଭାରତ ଆସୁଛନ୍ତି । ଏହି ସମୟରେ ଯୁଦ୍ଧ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇପାରେ । ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ଜାତିସଂଘରେ ଭୋଟିଂରୁ ନିବୃତ୍ତ ରହିଛି । ଆମେରିକାର ଚାପ ସତ୍ତ୍ବେ ଭାରତ ସମଦୂରତା ନୀତି ଅବଲମ୍ବନ କରିଛି । ଏହା ଭିତରେ ଋଷରୁ ଭାରତ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିଛି । ଯୁଦ୍ଧ ପ୍ରସଙ୍ଗକୁ ନେଇ ଋଷ ଉପରେ ସାରା ବିଶ୍ୱର ନଜର ରହିଥିବାବେଳେ ସର୍ଗି ଲାଭ୍ରୋଭଙ୍କ ଭାରତ ଗସ୍ତ ଅନେକ ଗୁରୁତ୍ବବହନ କରୁଛି ।