ୟୁକ୍ରେନ ସୀମାର ୨୦ କିଲୋମିଟର ଦୂରରେ ଋଷ ସେନା

ନୂଆଦିଲ୍ଲୀ: ଓ୍ବାର ମୁହଁରେ ୟୁକ୍ରେନ । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଋଷ । ୟୁକ୍ରେନ ସୀମାଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଠୁଳ ହେଲେଣି ଋଷର ସୈନ୍ୟ । ସୈନଠୁଳ କରିବା ସହ ସୀମାରେ ଟ୍ୟାଙ୍କ ଓ ଲଢୁଆ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତ କରି ରଖିଛି ଋଷ । ସୈନ୍ୟ ମୁତୟନ କରିବା ଲାଗି ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସଂସଦ ଅନୁମତି ଦେବା ପରେ ଯୁଦ୍ଧ ଲାଗି ପ୍ରସ୍ତୁତ ହୋଇଛି ଋଷ ।

ୟୁକ୍ରେନ ସୀମା ଅନ୍ତର୍ଗତ ଦକ୍ଷିଣ ବେଲାଋଷ ନିକଟରେ ସୈନ୍ୟ ମୁତୟନ ହୋଇଛନ୍ତି । ମୋଜିର ନିକଟରେ ପ୍ରାୟ ୧୦୦ ଲଢୁଆ ଯାନ ଓ ସହସ୍ରାଧିକ ସୈନ୍ୟ ମୁତୟନ ହୋଇଛନ୍ତି । ଋଷ ପକ୍ଷରୁ ସେଠାରେ ଏକ ଫିଲ୍ଡ ହସ୍ପିଟାଲ ମଧ୍ୟ ପ୍ରତିଷ୍ଠା କରାଯାଇଛି । ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବ ବୋଲି ସତର୍କ କରାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ । ଯୁଦ୍ଧ ରୋକିବାକୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପକ୍ଷରୁ ଋଷ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରାଯାଇଛି ।

 

Leave a Reply