spot_img

Latest Posts

ଋଷିଆର କରୋନା ଟିକା ସ୍ପୁଟନିକ ଭି ୯୧.୪ ପ୍ରତିଶତ ସଫଳ

ମୋସ୍କୋ: ବିଶ୍ୱବ୍ୟାପୀ ଚାଲିଥିବା କରୋନା ଯୁଦ୍ଧକୁ ମିଳିଛି ଏକ ବଡ଼ ସଫଳତା। ଋଷିଆର କରୋନା ଟିକା ସ୍ପୁଟନିକ ଭି ୯୧.୪ ପ୍ରତିଶତ ସଫଳ ସାବ୍ୟସ୍ଥ ହୋଇଛି। କରୋନା ଟିକା ଦିଆଯିବା ପରେ ୨୧ ଦିନର ଏକ ବିଶ୍ଲେଷଣରୁ ଏହା ସ୍ପଷ୍ଟ ହୋଇଛି।

କରୋନା ଟିକା ଭାବେ ସାରା ବିଶ୍ୱରେ ପ୍ରଥମେ ସ୍ପୁଟନିକ ଭି ପ୍ରସ୍ତୁତ ହୋଇଥିଲା। ତେବେ ଏହି ଟିକା ଉପରେ ଅନ୍ୟ ଦେଶ ମଧ୍ୟ ନିର୍ଭର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ କରୋନା ଟିକାର ସଫଳ ପରୀକ୍ଷଣ ପରେ ଭାରତରେ ମଧ୍ୟ ଏହାର ପ୍ରସ୍ତୁତି ପାଇଁ ସରକାର ଅଣ୍ଟାଭିଡିଛନ୍ତି। ଭାରତରେ ଖୁବଶୀଘ୍ର କରୋନା ଟିକାକରଣ ଆରମ୍ଭ ହୋଇପାରେ।

ଅନ୍ୟପଟେ ଆମେରିକାରେ ମଧ୍ୟ ଆରମ୍ଭ ହୋଇଯାଇଛି ଟିକାକରଣ। ଫାଇଜର ଟିକାକୁ ବ୍ୟବହାର କରିବା ପାଇଁ ଟ୍ରମ୍ପ ପ୍ରଶାସନ ଅନୁମତି ଦେଇଥିଲେ। ଦେଶ କରୋନା ସଂକ୍ରମଣ ବଢୁଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ଟିକାକରଣକୁ ଜରୁରୀକାଳିନ ଅନୁମତି ଦେଇଛନ୍ତି ସରକାର। ସୋମବାର ଟିକାକରଣ ଆରମ୍ଭ ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ କରି ଖୁସିବ୍ୟକ୍ତି କରିଛନ୍ତି।

Latest Posts

Don't Miss