ମିଛ କହୁଛି ରୁଷ! ୟୁକ୍ରେନ ସୀମାରୁ ରୁଷ ସୈନ୍ୟ ପ୍ରତ୍ୟାହାର ନେଇ ବଢୁଛି ସନ୍ଦେହ

1 min read

ନୂଆଦିଲ୍ଲୀ: ୟୁକ୍ରେନ ସୀମାରୁ ରୁଷ ସୈନ୍ୟ ପ୍ରତ୍ୟାହାର ନେଇ ବଢୁଛି ସନ୍ଦେହ । ସୈନ୍ୟ ପ୍ରତ୍ୟାହର ନେଇ ରୁଷ ଓ ପାଶ୍ଚାତ୍ୟ ଦେଶ ବିଶ୍ୱାସ କରୁନାହାନ୍ତି । ମିଛ କହୁଛନ୍ତି ରୁଷ ସରକାର । ଏଭଳି ଦାବି କରିଛି ଆମେରିକା ପ୍ରଶାସନ । ଆମେରିକା ବାଇଡେନ ପ୍ରଶାସନ ସୈନ୍ୟ ପ୍ରତ୍ୟାହାରକୁ ମିଛ ବୋଲି କହିଛି । ଏହା ସହ ସୈନ୍ୟ ପ୍ରତ୍ୟାହାର ବଦଳରେ ଆହୁରି ୭ ହଜାର ସୈନ୍ୟ ଠୁଳ କରିଥିବା ଦାବି କରିଛି ବାଇଡେନ ପ୍ରଶାସନ । ଗତକାଲି ରୁଷିଆ ସରକାରଙ୍କ ତରଫରୁ କୁହାଯାଇଥିଲା କି ୟୁକ୍ରେନ ସୀମାରୁ ସୈନ୍ୟ  ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରାଯାଇଛି  । ହେଲେ ଏହାକୁ ସହଜରେ ଗ୍ରହଣ କରୁନାହିଁ ଆମେରିକା ।  ୟୁକ୍ରେନର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ସୀମାରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ରୁଷ ଘୋଷଣା କରିଥିଲେ ବି ସେଥିରେ ସସପେନ୍ସ ଜାରି ରହିଛି ।

ଅନ୍ୟପକ୍ଷରେ ଆତଙ୍କିତ ନହେବା ଲାଗି ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ପର୍ଯ୍ୟାପ୍ତ ବିମାନ ବ୍ୟବସ୍ଥା କରାଯାଉଛି ବୋଲି ଭାରତୀୟ ଦୂତାବସ ପକ୍ଷରୁ କୁହାଯାଇଛି । ଟୋଲ ଫ୍ରି ନମ୍ବର 1800-11-8797 ଜାରି କରାଯାଇଛି । ବେଲାଋଷ ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମାକେଇ କହିଛନ୍ତି- ଦୁଇ ଦେଶର ସମରାଭ୍ୟାସ ପରେ ବେଲାଋଷରେ ଜଣେ ବି କେହି ଋଷୀୟ ସୈନ୍ୟ ରହିବେ ନାହିଁ । ବେଲାଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ୟୁକ୍ରେନ ସୀମା ତଥା କ୍ରିମିଆରେ ଋଷ ପ୍ରାୟ ୨ ଲକ୍ଷ ସୈନ୍ୟ, ସୁଖୋଇ ଯୁଦ୍ଧବିମାନ, ସାମରିକ ହେଲିକପ୍ଟର, ଟ୍ୟାଙ୍କ, କ୍ଷେପଣାସ୍ତ୍ର ଆଦି ମୁତୟନ କରିଥିଲା । ପୂର୍ବ ୟୁକ୍ରେନର ଦୁଇଟି ବିବାଦୀୟ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତା ଅର୍ପଣ କରିଛି ସଂସଦ । ସେପଟେ ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ପ୍ରତିରକ୍ଷା, ବୈଦେଶିକ, ସଂସ୍କୃତି ମନ୍ତ୍ରାଳୟ ସମେତ କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଉପରେ ସାଇବର ଆଟାକ୍ ହୋଇଛି । ଏହା ସହ ଦୁଇ ରାଷ୍ଟ୍ରାୟତ୍ତ ପ୍ରିଭାତବ୍ୟାଙ୍କ ଓ ସ୍ବେରବ୍ୟାଙ୍କ ସମେତ ଅନ୍ୟ କେତେକ ସଂସ୍ଥାର ଓ୍ୱେବସାଇଟ ମଧ୍ୟ ଅଚଳ ହୋଇଛି ।

Leave a Reply