spot_img

Latest Posts

ପୁଣି ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିପାରେ ଋଷ

କିଭ୍: ପୁଣି ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ତୟାର ଋଷ। ଗତକାଲି ୟୁକ୍ରେନ ରାଜଧାନୀ କିଭ୍ ସମେତ ଅନେକ ସହରେ ଏୟାର ଷ୍ଟ୍ରାଇକ ପରେ ରାଷ୍ଟ୍ରୀୟ ନିରାପତ୍ତା ପରିଷଦ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସାରା ୟୁକ୍ରେନରେ ଏୟାରରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ଶହ ଶହ ଲୋକ ୟୁକ୍ରେନ ଛାଡୁଥିବା ପରିଲକ୍ଷିତ ହୋଇଛି।

କିଭ୍ ଉପରେ ଆକ୍ରମଣକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି । ତେଣେ ୟୁକ୍ରେନରେ ରହୁଥିବା ଭାରତୀୟ ନାଗରକିଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରିଛି ଭାରତୀୟ ଦୂତାବାସ । ଅଯଥାରେ ବାହାରେ ନ ବୁଲିବାକୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ୟୁକ୍ରେନରେ ଖୁବ ଶୀଘ୍ର ପହଞ୍ଚିବ ଜର୍ମାନୀର ଏୟାର ଡିଫେନ୍ସ ସିଷ୍ଟମ। ଏହା ଦ୍ବାରା ୟୁକ୍ରେନ ଅଧିକ ଶକ୍ତିଶାଳୀ ହେବ। ଗତକାଲି କିଭ୍ ଉପରେ ୮୪ରୁ ଅଧିକ ମିଶାଇଲ ଆଟାକ କରାଯାଇଥିବାବେଳେ ୮ଜଣଙ୍କ ମୃତ୍ୟୁ ଘଟିଥିଲା। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଓ ଶକ୍ତି ଭିତ୍ତିଭୂମିକୁ ଋଷ ବାହିନୀ କରିଥିଲା ଟାର୍ଗେଟ।

ସେପଟେ ଆକ୍ରମଣ ଘନୀଭୂତ ହେଉଥିବାରୁ ଶହ ଶହ ୟୁକ୍ରେନୀୟ ମୋଲଡୋଭାରେ ଆଶ୍ରୟ ନେବାରେ ଲାଗିଛନ୍ତି। ତେଣେ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ କହିଛନ୍ତି ଋଷ ଓ ବେଲାଋଷ ମିଳିତ ସାମରିକ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଗତ ଫେବ୍ରୁଆରୀରେ ୟୁକ୍ରେନ ହାମଲା ପରଠାରୁ ବେଲାଋଷ ସହ ଋଷର ସାମରିକ ସହଭାଗିତା ବଢିଥିବା ରିପୋର୍ଟରୁ ପ୍ରକାଶ।

Latest Posts

Don't Miss