spot_img

Latest Posts

ରବିବାର ଯାଏ ରୁଷ-ୟୁକ୍ରେନ ମଧ୍ୟରେ ହେଲା ଅସ୍ତ୍ରବିରତି

ରୁଷ-ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି। ଆସନ୍ତା ରବିବାର ଯାଏ ଦୁଇ ଦେଶ ମଧ୍ୟରେ ହେଲା ଅସ୍ତ୍ରବିରତି। ଫଳରେ ୟୁକ୍ରେନ ରାଜଧାନୀ କିବ ସମେତ ଅନ୍ୟାନ୍ୟ ସହର ଉପରେ ସପ୍ତାହେ ଲାଗି ଆକ୍ରମଣ କରିବନି ରୁଷ। ୟୁକ୍ରେନରେ ପ୍ରବଳ ଶୀତ ଜାରି ରହିବା ସହ ଅନେକ ସମସ୍ୟା ରହିଥିବାରୁ ଅସ୍ତ୍ରବିରତି କରାଯାଇଛି। ଅସ୍ତ୍ରବିରତି ଲାଗି ଭ୍ଲାଦିମିର ପୁଟିନ ସହମତି ପ୍ରକାଶ କରିଛନ୍ତି ବୋଲି ଦାବି କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଅସ୍ତ୍ରବିରତି ସମ୍ପର୍କରେ ହ୍ବାଇଟ ହାଉସରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସୂଚନା ଦେଇଥିଲେ ଟ୍ରମ୍ପ। ଟ୍ରମ୍ପଙ୍କୁ ଅନୁରୋଧକୁ ପୁଟିନ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକଭ। ୟୁକ୍ରେନର ବିଭିନ୍ନ ଶକ୍ତି ଭିତ୍ତିଭୂମି ଉପରେ ହମଲା କରିବା ଲାଗି ରୁଷ ଯୋଜନା କରିବା ଯୋଗୁ ଶୀତ ଜର୍ଜରିତ ୟୁକ୍ରେନବାସୀ ଭୟଙ୍କର ଯନ୍ତ୍ରଣାର ଶିକାର ହେବା ସମ୍ଭାବନା ଥିବାରୁ ଅସ୍ତ୍ରବିରତି ଲାଗି ଆମେରିକା କରିଥିଲା ଅନୁରୋଧ। ଏହି ଅସ୍ତ୍ରବିରତି ଲାଗି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ଅସ୍ତ୍ରବିରତି ପ୍ରସଙ୍ଗରେ ଗତ ସପ୍ତାହରେ ଆବୁଧାବିରେ ରୁଷ, ୟୁକ୍ରେନ ଓ ଆମେରିକା ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଗତ ୨୦୨୨ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ। ଯୁଦ୍ଧରେ ଉଭୟ ପକ୍ଷର ୪ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଲକ୍ଷ ୟୁକ୍ରେନବାସୀ ବିଭିନ୍ନ ଦେଶରେ ସାଜିଲେଣି ଶରଣାର୍ଥୀ।

Latest Posts

Don't Miss