ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ମସ୍କୋର ଧମକ, ମହଙ୍ଗା ପଡ଼ିପାରେ ୟୁକ୍ରେନକୁ ଅଧିକ ସାମରିକ ପ୍ରୀତି

1 min read

କିଭ୍: ମହଙ୍ଗା ପଡ଼ିପାରେ ୟୁକ୍ରେନକୁ ଅଧିକ ସାମରିକ ସହାୟତା । ଏହାକୁ ନେଇ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଧମକ ଦେଇଛି ମସ୍କୋ । ଆମେରିକାସ୍ଥିତ ଋଷର ରାଷ୍ଟ୍ରଦୂତ ଆନାତୋଲି ଅନ୍ତୋନୋଭ କହିଛନ୍ତି- ଆମେରିକାର ଏହି ନିଷ୍ପତ୍ତି ସିଧାସଳଖ ଋଷ ଲାଗି ଚାଲେଞ୍ଜ ସୃଷ୍ଟି କରିଛି । ଏହାର ଅର୍ଥ ଋଷ-ୟୁକ୍ରେନ ବିବାଦରେ ଆମେରିକା ହସ୍ତକ୍ଷେପ କରୁଛି । ଗତ ସପ୍ତାହରେ ୟୁକ୍ରେନକୁ ଆମେରିକା ୬୨୫ ନିୟୁତ ଡଲାରର ଆର୍ଥିକ ସହାୟତା ଘୋଷଣା କରିବା ପରେ ଉତ୍ତ୍ୟକ୍ତ ହୋଇଥିଲା ଋଷ ।

ୟୁକ୍ରେନକୁ ଆମେରିକା ବିଲିୟନ ବିଲିୟନ ଡଲାର ଅସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରୁଥିବାରୁ ପଛଘୁଞ୍ଚା ଦେବାରେ ଲାଗିଛି ଋଷ । ଆମେରିକାର ଏହି ସହାୟତା ଅଯଥାରେ ରକ୍ତପାତ ସୃଷ୍ଟି କରୁଛି ବୋଲି କହିଛନ୍ତି ଆନାତୋଲି । ସେପଟେ ଋଷ ହରାଇଥିବା ଅଞ୍ଚଳକୁ ଖୁବ୍ ଶୀଘ୍ର କବଜା କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।