ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିପାରେ ବିରାମ ; ଯୁଦ୍ଧ ବନ୍ଦ ଲାଗି ଆଗ୍ରହ ପ୍ରକାଶ କଲେ ଜେଲେନସ୍କି

1 min read

ନନ୍ଦିଘୋଷ ବ୍ୟୁରୋ: ରୁଷିଆ-ୟୁକ୍ରେନ ମଧ୍ୟରେ ହୋଇପାରେ ଶାନ୍ତି ବୁଝାମଣା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ପାଇଁ ନିଜଆଡୁ ଆଗ୍ରହ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ରୁଷ-ୟୁକ୍ରେନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪୫ ହଜାରରୁ ଅଧିକ ଯବାନଙ୍କ ମୃତ୍ୟୁ ହେଲାଣି । ୟୁକ୍ରେନର ପ୍ରାୟ ୪ ଲକ୍ଷ ଯବାନ ଆହତ ହୋଇଥିବା ଜଣାପଡିଛି । ଏତେ ସଂଖ୍ୟକ ଯବାନ ସହିଦ ହେବାପରେ ନିଜ ଆଡୁ ଯୁଦ୍ଧ ବନ୍ଦ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

ଯୁଦ୍ଧକୁ ଏବେ ୩ ବର୍ଷ ପୁରିବାକୁ ବସିଛି । ମୃତ୍ଯୁସଂଖ୍ଯା ଲଗାତାର ବଢିଚାଲିଛି । ନିକଟରେ ୟୁକ୍ରେନ ଗସ୍ତରେ ଆସିଥିବା ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡେଭିଡ ଲେମିଙ୍କୁ ରାଷ୍ଟ୍ରପତି ଜେଲେନସ୍କି ସହ ଆଲୋଚନା କରିଥିଲେ। ସେହି ସମୟରେ ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ଆଗ୍ରହ ବୋଲି କହିଥିଲେ । ଏହି ଗୋଟିଏ ମାତ୍ର ପ୍ରକ୍ରିୟା ଦ୍ଵାରା ୟୁକ୍ରେନ ନାଗରିକଙ୍କ ଲାଗି ଶାନ୍ତି ଆସି ପାରିବ ବୋଲି କହିଛନ୍ତି ଜେଲେନସ୍କି । ସେହିପରୁ ଯୁଦ୍ଧରେ ରୁଷର ମଧ୍ୟ ଅନେକ କ୍ଷତି ହୋଇଥିବା କହିଛନ୍ତି ଜେଲେନସ୍କି। ରୁଷର ସାଢେ ୩ ଲକ୍ଷରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଛି । ୬ରୁ ୭ ଲକ୍ଷ ଯବାନ ଆହତ ହୋଇଛନ୍ତି ।