ଋଷ ୟୁକ୍ରେନର ଯୁଦ୍ଧ: ୨ଦିନର ଯୁଦ୍ଧ ୨ମାସରେ ପହଞ୍ଚିଲାଣି, ଜାଣନ୍ତୁ କେମିତି..?

1 min read

In this photo provided by the Ukrainian Presidential Press Office, Ukrainian President Volodymyr Zelenskyy addresses the nation in Kyiv, Ukraine, late Monday, March 7, 2022. (Ukrainian Presidential Press Office via AP)

କିଭ୍: ୟୁକ୍ରେନରେ ଜାରି ରହିଛି ଯୁଦ୍ଧର ବିଭୀଶିକା । ଦୁଇ ଦିନର ଯୁଦ୍ଧ ଏବେ ୨ମାସରେ ପହଞ୍ଚିଲାଣି । ତାଥାପି କେହି କାହାକୁ ଛାଡ଼ିବାକୁ ନାରାଜ । ତେବେ ଏହି ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ କେମିତି ଚାଲିଛି । କାହା ସାହାଯ୍ୟରେ ୟୁକ୍ରେନ ସେନା ଆଜି ଯାଏ ଲଢିବାରେ ସକ୍ଷମ ହୋଇପାରିଛନ୍ତି ।  ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅହଂକାର ଏବଂ ଋଷର ସେନାର ଦ୍ରୁତ ଆକ୍ରମଣ ମଧ୍ୟରେ ଯଦି ବିଶ୍ୱରେ କିଏ ଚର୍ଚ୍ଚାରେ ଆସନ୍ତି ସେ ହେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଯିଏ ଯୁଦ୍ଧକୁ ନେଇ କହିଛନ୍ତି ଯେ,’ସେ ଆମକୁ ୫ ଦିନ ଦେଇଥିଲେ । ଆମେ ୫୦ ଦିନରେ ବି ଜୀବିତ ଅଛୁ । ଏଥିପାଇଁ ଆମେ ଗର୍ବିତ ହେବା ଉଚିତ୍ ।

୨୪ ଫେବୃଆରୀରେ ଆରମ୍ଭ ହୋଇଥିବା ଯୁଦ୍ଧ ଦୁଇମାସରେ ପହଞ୍ଚିବାକୁ ହେଲାଣି । ଯେତେବେଳେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ, ସେତେବେଳେ ୟୁକ୍ରେନ କେତେ ଦିନ ପର୍ଯ୍ୟନ୍ତ ଋଷର ବିଶାଳ ସୈନ୍ୟକୁ ସାମ୍ନା କରିପାରିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ? ଏବଂ କୁହାଯାଉଥିଲା ଯେ, ଋଷର ବିଶାଳ ସେନା ଆଗରେ ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ୟୁକ୍ରେନ ସେନା ତିଷ୍ଟି ପାରିବ ତା ଠାରୁ ଅଧିକ ନୁହେଁ ।

ଋଷର ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ତୁଳନା ୟୁକ୍ରେନ ବହୁ ପଛରେ ଥିବାରୁ ସେ ଅଧିକ ଦିନ ପର୍ଯ୍ୟନ୍ତ ଋଷ ଆଗରେ ତିଷ୍ଚି ପାରିବ ନାହିଁ ବୋଲି ବିଶ୍ୱାସ କରାଯାଉଥିଲା। ଯେତେବେଳେ ଫେବୃଆରୀ ୨୪ ରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିଥିଲେ, ସେତେବେଳେ ସେ ଧମକ ଦେଇଥିଲେ ଯେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରି ଦିଅନ୍ତୁ । ଅବଶ୍ୟ, ଏମିତି ହେଲା ନାହିଁ ଏବଂ ଏହି ଯୁଦ୍ଧ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଆଜି, ୫୫ ଦିନରେ ମଧ୍ୟ ଋଷ ୟୁକ୍ରେନର କୌଣସି ସହରକୁ ସମ୍ପୂର୍ଣ୍ଣ ଦଖଲ କରିବାରେ ସଫଳ ହୋଇନାହିଁ । ତେବେ ଏହି ଯୁଦ୍ଧରେ ୮ ଜଣ ଜେନେରାଲଙ୍କୁ ହରାଇ ସାରିଲାଣି ଋଷ ସେନା ।

ୟୁକ୍ରେନର ଗୁପ୍ତ ଶକ୍ତି !

ଯଦିଓ ଯୁଦ୍ଧରେ କୌଣସି ଦେଶ ସିଧାସଳଖ ଭାବେ ୟୁକ୍ରେନ ସପକ୍ଷରେ ଆସିନଥିଲେ, କିନ୍ତୁ ଋଷ ବିରୁଦ୍ଧରେ ବିଶ୍ୱ ଏକଜୁଟ ହୋଇଥିଲା । ଆମେରିକା, ବ୍ରିଟେନ, ଜର୍ମାନୀ ସମେତ ବିଶ୍ୱର ଅନେକ ଦେଶ ଋଷ ସହିତ ଲଢିବା ପାଇଁ ୟୁକ୍ରେନକୁ ଅସ୍ତ୍ର ଯୋଗାଇ ଦେଇଥିଲା । ଫେବୃଆରୀ ୨୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ, କେବଳ ଆମେରିକା ୟୁକ୍ରେନକୁ ୨.୬ ବିଲିୟନ ଡ଼ଲାର (ପ୍ରାୟ ୨୦ ହଜାର କୋଟି ଟଙ୍କା) ସାମରିକ ସହାୟତା ଘୋଷଣା କରିଛି । ୟୁକ୍ରେନ ସୀମା ନିକଟରେ ପଡୋଶୀ ଦେଶରେ ଅବସ୍ଥିତ ଏକ ଗୁପ୍ତ ସାମରିକ ବେସରୁ ଆମେରିକା ୟୁକ୍ରେନ ସୈନ୍ୟବାହିନୀକୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, କ୍ଷେପଣାସ୍ତ୍ର, ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଯୋଗାଉଛି ଯାହା ଫଳରେ ଋଷ ସେନାକୁ କଡ଼ା ଟକ୍କର ଦେବାରେ ୟୁକ୍ରେନ ସେନା ସଫଳ ହୋଇଛନ୍ତି ।