ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଋଷ ବଲିଷ୍ଟିକ ମିସାଇଲ ସାହାଯ୍ୟରେ ୟୁକ୍ରେନର ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ସେନା ମୁଖ୍ୟାଳୟ ଧୂଳିସାତ୍ ହୋଇଛି । ଏହାସହ ୟୁକ୍ରେନର ବିଦେଶ ମନ୍ତ୍ରଣାଳୟ ତରଫରୁ ମଧ୍ୟ ଅନ୍ୟ ସହର ଉପରେ ମିସାଇଲ ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି । ଟ୍ୱିଟରେ କୁହାଯାଇଛି ଯେ, ଋଷ ଅନ୍ତରାଷ୍ଟ୍ରୀୟ ମାନବୀୟ ନିୟମର ଉଲ୍ଲଘଂନ କରୁଛି । ଏହାସହ ଋଷ ସେ ନିର୍ଦ୍ଦୋଷ ନାଗରୀକଙ୍କୁ ହତ୍ୟା କରି ନାଗରିକ ଭିତ୍ତିଭୂମିକୁ ଛାରଖାର କରୁଛି ।
ସୂଚନା ଅନୁସାରେ ଋଷ ବର୍ତ୍ତମାନ ୟୁକ୍ରେନର ବଡ଼ ବଡ଼ ସହରକୁ ମିସାଇଲ ମାଧ୍ୟମରେ ଟାର୍ଗେଟ କରୁଛି । ତେବେ ଏନେଇ ବିଦେଶ ମନ୍ତ୍ରଣାଳୟ ଏକ ଭିଡିଓ ଟ୍ୱିଟ କରିଛ, ଯେଉଁଥିରେ ଖାରକିବର ପ୍ରସାଶନିକ ବିଲ୍ଡିଂ ଉପରେ ଆକ୍ରମଣର ଦୃଶ୍ୟ ସାମ୍ନାକୁ ଆସିଛି ।
Russia is waging war in violation of international humanitarian law. Kills civilians, destroys civilian infrastructure. Russiaʼs main target is large cities that now fired at by its missiles.
📍Kharkiv, Administration building pic.twitter.com/BJgyNnDp1h
— MFA of Ukraine 🇺🇦 (@MFA_Ukraine) March 1, 2022
ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରଦୂତ ଆଶ୍ଚର୍ଯ୍ୟ ଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯୁଦ୍ଧର ୫ମ ଦିନରେ ଋଷ ୟୁକ୍ରେନ ବିରୋଧରେ ପ୍ରତିବନ୍ଧିତ ଥର୍ମୋବେରିକ ଅସ୍ତ୍ର ବ୍ୟବହାର କରିଛି । ଏହି ଅସ୍ତ୍ର ସାହାଯ୍ୟରେ ସୋମବାର ଦିନ ବେକ୍ୟୁମ ବମ୍ ର ବ୍ୟବହାର କରିଯାଇଛି ଯାହାକି ଜେନେବା କଂବେଶନ ଅନୁସାରେ ପ୍ରତିବନ୍ଧିତ । ଏବଂ ଏହା ଏକ ବଡ଼ ଧରଣ ବିସ୍ଫୋଟକ ଯାହାର ବ୍ୟବହାର ପରିଣାମ ଅତ୍ୟନ୍ତ ଭୟାବହ ।
ରିପୋର୍ଟ ଅନୁସାରେ ଥର୍ମୋବେରିକ ବମକୁ ଦୁନିଆର ସବୁଠୁ ଘାତକ ପରାମାଣୁ ଶସ୍ତ୍ର ମଧ୍ୟରେ ଗଣାଯାଏ । ଏହାକୁ ଋଷ ୨୦୦୭ରେ ବିକଶିତ କରିଥିଲା । ୭୧୦୦କିଲୋ ଓଜନର ଏହି ବମ୍ ଅତ୍ୟନ୍ତ ଶକ୍ତିଶାଳୀ । ବଡ଼ ବଡ଼ ବିଲ୍ଡି ଭାଙ୍ଗିବାର କ୍ଷମତା ବହନ କରିଥାଏ ଏହି ଥର୍ମୋବେରିକ ବମ୍ ।

