spot_img

Latest Posts

Russia Ukraine War: ବରଫ ତରଳାଇ ପାଣି ପିଉଛନ୍ତି ଫସିଥିବା ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ଭାରତ ସରକାର ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି ସମୟରେ ଉତ୍ତର-ପୂର୍ବ ସହର ସୁମିରେ ଫସି ରହିଥିବା କିଛି ଭାରତୀୟ ଛାତ୍ରଛାତ୍ରୀ ବରଫ ତରଳାଇ ପାଣି ପିଉଥିବା ଭଳି ଖବର ସାମ୍ନାକୁ ଆସିଛି ।

ସୁମିରେ ଟ୍ରେନ୍ ଏବଂ ବସ୍ ଅଟକି ରହିଛି । ରାସ୍ତା ଓ ବ୍ରିଜ୍ ନଷ୍ଟ ହୋଇଯାଇଥିବା ବେଳେ ରାସ୍ତାରେ ଯୁଦ୍ଧ ଚାଲିଛି | ଏପରିକି ଏକ ବଡ଼ ବିସ୍ଫୋରଣ ପରେ ସହରରେ ବିଦ୍ୟୁତ ଓ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଯୁଦ୍ଧ ସ୍ଥିତି ଭିତରେ ୭୦୦ରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀ ସୁମି ସହରରେ ଫସି ରହିଥିବା ବେଳେ ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

Russia Ukraine War One Indian Student Dead In Kharkiv

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ୟୁକ୍ରେନର ସୁମି ସହରରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏଭଳି ସମୟରେ ସେଠାରେ ଥିବା ଜଣେ ଭାରତୀୟ ଯୁଦ୍ଧ ବିଭୀଷିକା ବଖାଣିଛନ୍ତି । ମାଲଭିକା ନାମକ ଜଣେ ଛାତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ,  ଶୋଷ ମେଣ୍ଟାଇବା ପାଇଁ କିଭଳି ଛାତ୍ରଛାତ୍ରୀ ମାନେ ବରଫ ତରଳାଉଛନ୍ତି । ଯୁଦ୍ଧକୁ ନଜରରେ ରଖି ପିଲାମାନେ ପାଣି ସଂଗ୍ରହ କରିଥିଲୁ, କିନ୍ତୁ ତାହା ଶେଷ ହୋଇଗଲା। ଫଳରେ ବାଧ୍ୟ ହୋଇ ବାହାରେ ଥିବା ବରଫକୁ ତରଳାଇ ପିଇଥିଲୁ ବୋଲି କହିଛନ୍ତି ।

Russian Military Centers In North Kiev Of Ukraine

ଖବର ଅନୁଯାୟୀ, ଋଷର ସୀମା ନିକଟରେ ଥିବା ସୁମି ଷ୍ଟେଟ ୟୁନିଭରସିଟିରୁ କୗେଣସି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇନାହିଁ । ମାତ୍ର ୬୫ କିଲୋମିଟର ଦୂରରେ ଥିବା ଋଷ ସୀମା ଦେଇ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । କିନ୍ତୁ ଏହି ୬୫ କିଲୋମିଟର ଯାତ୍ରା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ସରକାରଙ୍କ ଅନୁମତି ପଡିଥାଏ ବୋଲି ସେ କହିଛନ୍ତି ।

Latest Posts

Don't Miss