ଋଷ-ୟୁକ୍ରେନ୍ ଯୁଦ୍ଧ, ବୋମାମାଡ଼ରେ ଆଖି ବୁଜିଲେ ଭାରତୀୟ ଛାତ୍ର

1 min read
Russia Running Short Of Soldiers Putin Recruiting Foreign Fighters

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ବେଳେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଜି ସକାଳେ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ଭାରତୀୟ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ପରେ ଲାଗୁଥିଲା କିଭରେ ସ୍ଥିତି ବିଗିଡ଼ି ଯାଇଛି ଓ ଆକ୍ରମଣ ହୋଇପାରେ । ଚିନ୍ତା ବଢ଼ୁଥିବା ବେଳେ ଏବେ ଭାରତ ପାଇଁ ଦୁଃଖଦ ଖବର ଆସିଛି ।

ସୂଚନା ଅନୁସାରେ, ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବିଦେଶ ମନ୍ତ୍ରଣାଳୟ ମୃତ ଛାତ୍ରଙ୍କ ପରିବାର ସହ ସମ୍ପର୍କରେ ଅଛି । ମଙ୍ଗଳବାର ସକାଳୁ ୟୁକ୍ରେନର ସବୁ ବଡ଼ ବଡ଼ ସହର ଉପରେ ଋଷ ଆକ୍ରମଣକୁ ବ୍ୟାପକ କରିଥିଲା । କିଭ୍ ଆଡ଼କୁ ଋଷ ସୈନ୍ୟ ମାଡ଼ି ଚାଲିଥିଲେ । ଖାର୍କିଭରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ବିଦେଶ ମନ୍ତ୍ରଣାଳୟ ଋଷ ଓ ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି ।

Russia Ukraine War One Indian Student Dead In Kharkiv

ଖାର୍କିଭରେ ମୃତ୍ୟୁବରଣ କରିଥିବା ଛାତ୍ର ଜଣଙ୍କ କର୍ଣ୍ଣାଟକର ହାବେରି ଜିଲ୍ଲାରେ ବୋଲି ଜଣାପଡ଼ିଛି । ତାଙ୍କ ନାଁ ନବୀନ ଏଏସଜି ବୋଲି କୁହାଯାଉଛି । ଏହାଛଡ଼ା ୟୁକ୍ରେନର ଖାର୍କିଭ ଓ ଅନ୍ୟ ସହରରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ସରକାର ୟୁକ୍ରେନ୍ ଓ ଋଷ ଆଗରେ ଦାବି ରଖିଛନ୍ତି ।

Leave a Reply