spot_img

Latest Posts

୩୩ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ ଯୁଦ୍ଧ

କିଭ୍: ୩୩ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ହମଲା ଜୋରଦାର କରିଛି ଋଷ । ଫେଜ୍-୨ ୱାର ଚାଲିଥିବା ବେଳେ ଆଜି କିବ ସହରର ଆଖପାଖରେ ୪ଟି କାଲିବର କ୍ରୁଜ ମିସାଇଲ ମାଡ଼ କରିଛି ମସ୍କୋ । ଯୁଦ୍ଧ ୩୩ ଦିନରେ ପହଞ୍ଚିଥିବା ବେଳେ ଯୁଦ୍ଧ ବିରାମ ନେଇ କିଛି ନିଷ୍କର୍ସ ବାହାରିପାରିନି । ମିସାଇଲ ଆଟାକରେ ପୁରା ସହର ଧୂଆଁମୟ ହୋଇଛି । ଜୀବନ ବିକଳରେ ଘର ଛାଡ଼ି ଚର୍ଚ୍ଚରେ ଆଶ୍ରୟ ନେଇଛନ୍ତି ସହରବାସୀ ।

ଆକ୍ରମଣରେ ୟୁକ୍ରେନର ସ୍ଲାବୁଟିକ ସହରକୁ ଋଷ ସେନା ଟାର୍ଗେଟ କରୁ ନଥିବା ଜଣାପଡ଼ିଛି । ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ବସବାସ କରୁଥିବାରୁ ସେହି ସହର ଉପରେ ଋଷ ସେନା ଟାର୍ଗେଟ କରୁନି ବୋଲି କୁହାଯାଉଛି। ଋଷର ଜୋରଦାର ହମଲା ପରେ ପଶ୍ଚିମୀ ଦେଶଗୁଡ଼ିକ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ପଶ୍ଚିମ ଦେଶଗୁଡ଼ିକ କାୟର ଭଳି ବ୍ୟବହାର କରୁଛନ୍ତି । ଆମେ ଏକା ଶତ୍ରୁ ସହ ଲଢ଼େଇ କରୁଛୁ ବୋଲି ଜେଲେନସ୍କି କହିଛନ୍ତି । ଏହାସହ ଆମେ ଶାନ୍ତିର ମାର୍ଗ ଅପେକ୍ଷାରେ ରହିଛୁ ।

Russia Running Short Of Soldiers Putin Recruiting Foreign Fighters

ଅନ୍ୟପଟେ ନାଟୋ ସମ୍ପର୍କରେ ପୁରାଦେଶରେ ଜନମତ ସଂଗ୍ରହ କରାଯିବ ବୋଲି ଜେଲେନସ୍କି କହିଛନ୍ତି । ସେପଟେ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବାକୁ ପୁଟିନ ଚେଷ୍ଟା କରୁଥିବା ପୁରା ବିଶ୍ବର ନେତାକୁ ବିଚଳିତ କରିଛି । ଯୁଦ୍ଧ ବିରତି ପାଇଁ ସବୁ ଦେଶ ଚେଷ୍ଟା ଜାରି ରଖିଥିବା ବେଳେ ତୁର୍କି ରାଷ୍ଟ୍ରପତି ଆଜି ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ୟୁକ୍ରେନ ପ୍ରତିନିଧି ମଣ୍ଡଳ ସହ ତୁର୍କି ଆଲୋଚନା କରିବ ।

Latest Posts

Don't Miss