ଯଦି କିଏଭ ଦଖଲ କରେ ଋଷ, କେଉଁଆଡେ ଯିବେ ଜେଲେନସ୍କି ?

1 min read

କିଏଭ: ଋଷ ହମଲାରୁ ରାଷ୍ଚ୍ରପତି ଜେଲେନସ୍କିଙ୍କୁ ବଞ୍ଚାଇବା ପାଇଁ  ୟୁକ୍ରେନ ସରକାର ଚଳାଇଛନ୍ତି ରଣନିତୀ । କେତେବେଳେ କେଉଁଠି ରହୁଛନ୍ତି ଭାଲୋଦିମିର ଜେଲେନସ୍କି ତାହା କାହାକୁ ମଧ୍ୟ ଜଣା ନାହିଁ  । ଯେଉଁଥିପାଇଁ ୧୧ ଦିନ ଧରି ଯୁଦ୍ଧ ଜାରି ରଖିଥିବା ଋଷିଆ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତିଙ୍କ ଟେର୍ ପାଉନି  । କିମ୍ବା ପାଖ ସ୍ପର୍ଷ କରିପାରୁନାହିଁ  । ସୂଚନା ମୁତାବକ ପ୍ରତିଦିନ ସ୍ଥାନ ପରିବର୍ତ୍ତନ କରୁଛନ୍ତି ଜେଲେନସ୍କି । ଏକଥା ମଧ୍ୟ କୁହାଯାଉଛି କି, ରାଜଧାନୀ କିଏଭରେ ୟୁକ୍ରେନ ସେନା ରଖିଛି ଜେଲେନସ୍କିଙ୍କ ପାଇଁ ସୁରକ୍ଷିତ ଘର  ।

ସେପଟେ ୟୁକ୍ରେନର ସମର୍ଥନ ଦେଇ ଆସୁଛି ଆମେରିକା ସମେତ ୟୁରୋପୀୟ ଦେଶ  । ୟୁକ୍ରେନ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଏହି ଦେଶ ସମୂହ ଚଳାଇଛନ୍ତି ସ୍ୱତନ୍ତ୍ର ପ୍ଲାନ  । କିଏଭକୁ ଯଦି ଋଷ ସେନା ନିଜ ଦଖଲକୁ ନିଏ, ତେବେ ଏଥିପାଇଁ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି  । ଯଦି ୟୁକ୍ରେନରେ ଋଷ ସମର୍ଥିତ ସରକାର ଗଢାଯାଏ ତେବେ କୁଆଡେ ଯିବେ ଜେଲେନସ୍କି  । ସୂଚନା ମୁତାବିକ ନିର୍ବାସିତ ଜେଲେନସ୍କି ସରକାର ପଶ୍ଚିମରେ ଥିବା କାପାର୍ଥିଆ ପାହାଡରେ ନିର୍ମାଣ ହୋଇଥିବା ରାଷ୍ଟ୍ରପତି ପ୍ୟାଲେସକୁ ଯାଇପାରନ୍ତି  ।

ଯୁଦ୍ଧ ପୂର୍ବରୁ ଅର୍ଥାତ ଜାନୁୟାରୀରେ ଆମେରିକା ଯାଇଥିଲେ ଜେଲେନସ୍କି  । ଏହି ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମେରିକା ସହ ଆଲୋଚନା କରିଥିଲେ ୟୁକ୍ରେନ ରାଷ୍ଟ୍ରପତି  । ପରିବାର ଓ ନିଜର ସୁରକ୍ଷାକୁ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ  । ଆମେରିକା କହିଥିଲା କି- ଯେକୌଣସି ପରିସ୍ଥିତି ମଧ୍ୟ ସୃଷ୍ଟି ହେଉ ଜେଲେନସ୍କି କିନ୍ତୁ ୟୁକ୍ରେନ ବାସୀଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଚେଷ୍ଟା କରିବେ  ।

ଋଷର ଆକ୍ରାମକ ଯୁଦ୍ଧ ଭିତରେ ଭାଲୋଦିମିର ଜେନେଲସ୍କି କେଉଁଆଡେ ପଳାୟନ କରିଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା  । କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଏକ ଭିଡିଓ ମାଧ୍ୟମରେ ଦେଶ ଛାଡିନଥିବା ନେଇ ସୂଚନା ଦେଇଥିଲେ  । ସେହିପରି ଜେଲେନସ୍କିଙ୍କ ପତ୍ନୀ ଓଲୋନା ମଧ୍ୟ କେଉଁଆଡ଼େ ପଳାୟନ କରିଥିବା ଖବର ପ୍ରକାଶ ପାଇଥିଲା  । ପରବର୍ତ୍ତୀ ସମୟରେ ଓଲୋନୀ ମଧ୍ୟ ଭିଡିଓ ବାର୍ତ୍ତା ପଠାଇ ୟୁକ୍ରେନ ଥିବା କହିଥିଲେ  । କିନ୍ତୁ ସତ ଏହା ଯେ, ଉଭୟେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ  ।