spot_img

Latest Posts

ଯୁଦ୍ଧରେ ଋଷର ୪୯୮ ସୈନ୍ୟ ନିହତ ହୋଇଥିବା ମାନିଲା ଋଷ

ନୂଆଦିଲ୍ଲୀ: ଋଷ ଦାବି କରିଛି ଯେ ସେ ୟୁକ୍ରେନର ସହର ଖେରସନକୁ ସମ୍ପୂର୍ଣ୍ଣ ଭାବେ କବଜା କରିଛି । କିନ୍ତୁ ସହରର ମେୟର ଏହାକୁ ପ୍ରତ୍ୟାଖାନ କରି କହିଛନ୍ତି ଯେ ଖେରସନ ୟୁକ୍ରେନ ପାଖରେ ରହିଛି ଋଷ ଅଧୀନରେ ନୁହେଁ । ଯଦିଓ ଋଷ ୟୁକ୍ରେନରେ ତାର ଧ୍ୱଂସ ଲୀଳା ଜାରି ରଖିଛି ।  ଏବଂ ବର୍ତ୍ତମାନ ସୁଧା ଏହି ଦେଶର ଅନେକ ସହରକୁ ଧ୍ୱଂସ କରିବାରେ ବ୍ୟସ୍ତ ରହିଛି । ତେବେ ଏହି ଯୁଦ୍ଧରେ ଋଷର  ୪୯୮ ସୈନିକ ନିହତ ହୋଇଥିବା କହିଛି ଋଷ । ପ୍ରଥମ ଥର ପାଇଁ ରୁଷ ତାର ସୈନିକ ନିହତ ନେଇ ସୂଚନା ଦେଇଛି ।

ତେବେ ଏନେଇ ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ କହିଛନ୍ତି ଯେ ଯଦି ଏହି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏଥିରେ ପରମାଣୁ ଅସ୍ତ୍ର ସାମିଲ ହେବ ଏବଂ ଏହା ବିନାଶକାରୀ ହେବ । ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଲାବରୋ ଏକ ସାକ୍ଷାତକାରରେ କହିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ବିନାଶକାରୀ ପରମାଣୁ ଯୁଦ୍ଧ ହେବ । ଏଥି ସହିତ, ଲାବରୋ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଏହି ମନ୍ତବ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ ମସ୍କୋ ବିରୋଧରେ ୱାଶିଂଟନ୍‌ର କଠୋର ପ୍ରତିବନ୍ଧକ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ଏକ ବିକଳ୍ପ ହେବ।

ଅନ୍ୟପଟେ ଆଜି ଯୁଦ୍ଧର ଅଷ୍ଟମ ଦିନରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଭୟଙ୍କର ରୂପ ନେଇଛି । ଋଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭକୁ ଚାରିଆଡ଼ୁ ଘେରିଛନ୍ତି । ଏବଂ ଋଷର ସେନା ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଆଡକୁ ଆଗଉଛି । ତେବେ ୟୁକ୍ରେନରୁ ଋଷର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ କରିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି ।

Latest Posts

Don't Miss